spot_img

Latest Posts

କରୋନା ଭାଇରସ୍ ଚିନ୍ତାରେ ଅର୍ଥମନ୍ତ୍ରୀ କଲେ ଆତ୍ମହତ୍ୟା

ବିଶ୍ୱରେ କରୋନାଭାଇରସ୍ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମହାମାରୀ କରୋନା (Covid-19) ହେତୁ ସମସ୍ତ ଦେଶ ଚିନ୍ତିତ ଅଛନ୍ତି | ତେବେ ନିକଟରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ଆର୍ଥିକ କ୍ଷୟକ୍ଷତିର ପାଇଁ ଅତ୍ୟନ୍ତ ଚିନ୍ତିତ ଥିବା ଜର୍ମାନୀର ଜଣେ ମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ହେଉଛନ୍ତି ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ ।

ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କରୋନାଭାଇରସର ଆର୍ଥିକ ଅବସ୍ଥାର କ୍ଷତିରେ କୌଣସି ପରିବର୍ତ୍ତନ ଆଣିପାରୁନଥିଲେ । ଦିନକୁ ଦିନ କ୍ଷତି ବଢିବାରେ ଲାଗିଥିବାରୁ ସେ ଖୁବ ଚିନ୍ତିତ ଥିଲେ । ତେବେ ଶନିବାର ରାତିରେ ରେଲୱେ ଟ୍ରାକ ନିକଟରେ ୫୪ ବର୍ଷିୟ ଶେଫରଙ୍କ ମୃତଦେହ ମିଳିଥିଲା।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଲୋକେ ଦୁଃଖ ପ୍ରକାଶ କରିଛନ୍ତି। ହେସେ ମୁଖ୍ୟମନ୍ତ୍ରୀ ବଫିୟର କହିଛନ୍ତି ଯେ, ଏହି ଘଟଣା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଥୋମାସ ଏବେ ସେମାନଙ୍କ ଗହଣରେ ନାହାନ୍ତି ତାହା ବିଶ୍ୱାସ କରିବା କଷ୍ଟକର ।

୧୦ ବର୍ଷ ଧରି ହେସେର ଅର୍ଥମନ୍ତ୍ରୀ ଭାବେ ଶେଫର୍ କାମ କରୁଥିଲେ । କରୋନା ଯୋଗୁଁ ଶ୍ରମିକମାନଙ୍କୁ ଆର୍ଥିକ ପ୍ରଭାବ ସହ ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିଲେ ଥୋମାସ।

ହେସେରେ ଜର୍ମାନୀର ଆର୍ଥିକ ରାଜଧାନୀ ହେଉଛି ଫ୍ରାଙ୍କଫୋର୍ଟ୍ ଯେଉଁଠାରେ ଡୁଏସ୍ ବ୍ୟାଙ୍କ  (Deutsche Bank) ଏବଂ କମର୍ସବ୍ୟାଙ୍କର (Commerzbank) ମୁଖ୍ୟାଳୟ ରହିଛି । ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ଫ୍ରାଙ୍କଫର୍ଟରେ ଅଛି । ରାଜ୍ୟ ଅର୍ଥମନ୍ତ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ବଫିୟର ।

ବିଶେଷକରି ଏଭଳି କଠିନ ସମୟରେ ଥୋମାସଙ୍କ ଭଳି ଜଣେ କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ତାଙ୍କୁ ଅନେକ ସହଯୋଗ କରିଥାନ୍ତେ ବୋଲି କହିଛନ୍ତି ବଫିୟର । ଶାଫରଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଦୁଇଟି ସନ୍ତାନ ଅଛନ୍ତି ଯିଏ ତାଙ୍କ ମୃତ୍ୟୁକୁ ଏଯାଏଁ ସ୍ୱୀକାର କରିପାରୁନାହାନ୍ତି ।

Latest Posts

Don't Miss