ଲଢେଇ ବେଳେ ଚାଲିଗଲା ବକ୍ସରଙ୍କ ଜୀବନ
1 min readନୂଆଦିଲ୍ଲୀ: ହାର୍ଟ ଆଟାକରେ ଚାଲିଗଲା ଷ୍ଟାର୍ ବକ୍ସର ମୁସା ୟମକଙ୍କ ଜୀବନ । ରିଙ୍ଗରେ ଅପରାଜିତ ଥିବା ଜର୍ମାନୀ ବକ୍ସର ମୁସାଙ୍କ ନିଧନରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ଉଗାଣ୍ଡାର ହମଜା ବାଡେରାଙ୍କ ବିପକ୍ଷରେ ଲଢେଇ ବେଳେ ରିଙ୍ଗରେ ହଠାତ୍ ବେହୋସ ହୋଇପଡିଥିଲେ ମୁସା । ଏନେଇ ତୁର୍କୀର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏନେଇ ହସନ ତୁରାନ ସୂଚନା ଦେଇଥିଲେ, ଏସିୟାନ୍ ଓ ୟୁରୋପିଆନ୍ ଚାମ୍ପିଅନସିପ ଜିତିଥିବା ମୁସା ଆଉ ନାହାଁନ୍ତି । ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି ।
Devastating Moment Champion Boxer Collapses and Dies from Heart Attack (Warning: Distressing Video)
Undefeated Turkish-German boxer Musa Yamak collapsed as he tried to come out for the 3rd round of his 9th professional bout near Munich, Germany. pic.twitter.com/RSzeDO6s9J
— 🍊Nikos 🇨🇾🇬🇷🇬🇧 (@CyprusNik) May 17, 2022
ଅଚେତ୍ ହେବା ପରେ ସଙ୍ଗେସଙ୍ଗେ ଏହି ଲାଇଟ୍ ହେବିୱେଟ୍ ବକ୍ସରଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ୨୦୧୭ରେ ମୁସା ବିଧିବଦ୍ଧ ଭାବେ ବକ୍ସିଂ ଜଗତରେ ପାଦ ରଖିଥିଲେ । ସେ ଗତ ବର୍ଷ WBFed ଇଣ୍ଟରନ୍ୟାସନାଲ୍ ଉପାଧି ପାଇବା ପରେ ତାଙ୍କୁ ପରିଚୟ ମିଳିଥିଲା ।
[DISPLAY_ULTIMATE_SOCIAL_ICONS]