ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ; ସିଟି କାଉନସିଲ ଓ ପରିବାର ମଧ୍ୟରେ ୧୯୬ କୋଟି ଚୁକ୍ତି

ୱାସିଂଟନ: ଆମେରିକା ନାଗରିକ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ମାମଲାରେ ଆର୍ଥିକ ବୁଝାମଣା ହୋଇଛି । ଆମେରିକାର ସିଟି କାଉନସିଲ ଓ ଜର୍ଜଙ୍କ ପରିବାର ମଧ୍ୟରେ ଏହି ବୁଝାମଣା ହୋଇଥିବା ଜଣାପଡିଛି । ପାଖାପାଖି ୧୯୬ କୋଟି ଟଙ୍କାରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏଥିସହ ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚୌବିନଙ୍କ ବିରୋଧରେ ମାମଲା ମଧ୍ୟ ଜାରି ରହିବ । ଜର୍ଜଙ୍କ ସଙ୍ଘିୟ ନାଗରିକତା ଉଲଘଂନ ହୋଇଥିବା ନେଇ ଗତବର୍ଷ ଜୁଲାଇରେ ପରିବାର ଲୋକ ମାମଲା ରୁଜୁ କରିଥିଲେ ।

ଏହି ଆର୍ଥିକ ଚୁକ୍ତି ପରେ ଜର୍ଜଙ୍କ ସହ ଘଟିଥିବା ଘଟଣା ଦୋହରାଯିବ ନାହିଁ ବୋଲି ସିଟି କାଉନସିଲ ସଦସ୍ୟ ଆଶା କରିଛନ୍ତି । ସେପଟେ ଦୋଷୀ ଡେରେକ ଚୌବିନଙ୍କ ମାମଲାରେ ଛଅ ଜଣିଆ ବିଚାରପତି ଶୁଣାଣି କରିବେ । ଗତବର୍ଷ ମେ ୨୫ ରେ ଏକ ମାମଲାରେ ଜର୍ଜ ଫ୍ଲୋଏଡକୁ ପୋଲିସ ଅଧିକାରୀ ଡେରେକ ଗିରଫ କରିଥିଲେ । ଏହାପରେ ରାସ୍ତା ମଝିରେ ଜର୍ଜଙ୍କ ବେକରେ ନିଜ ଆଣ୍ଠୁ ଦେଇ ମାଡିବସିଥିଲେ ।

ଏଭଳି ସ୍ଥିତିରେ ପାଖାପାଖି ୮ ମିନିଟ ପରେ ଜର୍ଜଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସେତେବେଳେ ଏହାର ଏକ ଭିଡିଓ ସାରା ବିଶ୍ବରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଆମେରିକାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଘଟଣାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବଦନାମ ହୋଇଥିଲେ ।

Leave a Reply