ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ m-RNA କୋଭିଡ ଟିକା

1 min read

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଆସିବ ଭାରତର ପ୍ରଥମ ଏମ-ଆରଏନଏ କୋଭିଡ ଟିକା । ଜେନୋଭା ବାୟୋଫାର୍ମା ପକ୍ଷରୁ ପ୍ରସ୍ତୁତ ଏହି ଟିକାର ଟ୍ରାଏଲ ସମ୍ପର୍କିତ ତଥ୍ୟକୁ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କ ନିକଟରେ ଉପସ୍ଥାପିତ କରାଯାଇଛି । ପୁଣେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ପ୍ରସ୍ତୁତ ଏହି ଟିକାକୁ ଅନୁମତି ମିଳିଲେ ଦେଶରେ ଖୁବ୍ ଶୀଘ୍ର ଏମ-ଆରଏନଏ ଟିକା ପ୍ରଚଳନ ଆରମ୍ଭ ହେବ । ପୂର୍ବରୁ ଜେନୋଭା କମ୍ପାନି ପକ୍ଷରୁ ଓମିକ୍ରନ ମୁକାବିଲା ପାଇଁ ମଧ୍ୟ ଟିକା ପ୍ରସ୍ତୁତ କରିଛି । ଓମିକ୍ରନ ଟିକାର ସଫଳ ପରୀକ୍ଷଣ ପରେ ଏହାକୁ ବି ଭାରତରେ ପ୍ରଚଳନ କରାଯିବ । ମେସେଞ୍ଜର ଆରଏନଏ ବା ଏମ-ଆରଏନଏ ହେଉଛି ଏପରି ଏକ ଟିକା ଯାହାକି ମାନବ ଶରୀରର ବିଭିନ୍ନ କୋଷରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହାଫଳରେ ବାହ୍ୟ ଜୀବାଣୁର ମୁକାବିଲା କରିବାକୁ ସକ୍ଷମ ହୋଇଥାଏ । ବିଭିନ୍ନ କୋଷରେ ଏକ ଶକ୍ତିଶାଳୀ ପ୍ରୋଟିନ ପ୍ରସ୍ତୁତ କରିଥାଏ ଏହି ଏମ-ଆରଏନଏ ଟିକା ।