ସୀମା ବିବାଦ ଭିତରକୁ ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଟାଣିଲେ ପୂର୍ବତନ ସେନାମୁଖ୍ୟ: କହିଲେ, ନେହେରୁଙ୍କ ନୀତି ପାଇଁ ଚୀନ୍ ଭାରତୀୟ କ୍ଷେତ୍ର ଉପରେ କରିଛି ଅଧିକାର

1 min read

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ମେ ୫ ତାରିଖ ପରଠାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଜୁନ୍ ୧୫ ତାରିଖ ଦିନ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନ୍ ପଟୁ ୪୦ରୁ ଅଧିକ ସୈନିକ ପ୍ରାଣ ହରାଇଥିବା କୁହାଯାଉଥିଲେ ମଧ୍ୟ ବେଜିଂ ଏପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ନିରବ ରହିଛି । ପୂର୍ବତନ ସେନାମୁଖ୍ୟ ଜେନରାଲ ବିକେ ସିଂହ ଚୀନର ୪୦ ସୈନିକ ପ୍ରାଣ ହରାଇଥିବା ଦାବି କରୁଛନ୍ତି । ଆମେରିକୀୟ ଗୁଇନ୍ଦା ଏଜେନ୍ସୀ ସିଆଇଏ ମଧ୍ୟ କହୁଛି ଯେ,ଚୀନର ୩୫ରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି । ଏହାମଧ୍ୟରେ ଜେନରାଲ ବିକେ ସିଂହ ନମୋ ଆପ୍ ଜରିଆରେ ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦର ଇତିହାସ ବୁଝାଇଛନ୍ତି ।

ଚୀନ କେମିତି ତିବ୍ବତ ଉପରେ କବଜା କଲା ?

lasha tibet

ବିକେ ସିଂହ କହିଛନ୍ତି ଯେ,ଭାରତ-ଚୀନ୍ ସମସ୍ୟା ସ୍ୱାଧିନତା କାଳରୁ ହିଁ ଚାଲି ଆସୁଛି । ସ୍ୱାଧିନତା ପରେ ଭାରତ ବିଭାଜନ ସମେତ ଅନ୍ୟ ସମସ୍ୟା ସହ ଲଢୁଥିବା ବେଳେ ଚୀନ୍ କେମିତି ଭାରତୀୟ କ୍ଷେତ୍ର ଉପରେ କବଜା କରିବ ସେହି ସୁଯୋଗକୁ ଅପେକ୍ଷା କରିଥିଲା । ବିକେ ସିଂହଙ୍କ ଅନୁସାରେ ଭାରତର ସୀମା ବ୍ରିଟିଶ୍ ନିର୍ଧାରଣ କରିଥିଲେ । ସେମାନେ ଯେଉଁ ସବୁ ଚୁକ୍ତି କରିଥିଲେ ତାହାରି ହିସାବାରେ ଆମ ସୀମା ନିର୍ଧାରିତ ହୋଇଥିଲା । ଭାରତ ଯେତେବେଳେ ନିଜ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଥିଲା ସେତିକିବେଳେ ଚୀନ୍ ୧୯୫୦ ଦଶକର ଅନ୍ତିମ ଭାଗରେ ତିବ୍ବତ ଉପରେ କବଜା କରିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଭାରତୀୟ ସୈନିକଙ୍କୁ ପଛକୁ ଫେରିବାକୁ କହିଥିଲେ । ଏହାପୂର୍ବରୁ ତିବ୍ବତର ରାଜଧାନୀ ଲାସାରେ ଭାରତୀୟ ସେନାର ଗୋଟିଏ ଦଳ ମୁତ୍ତୟନ ରହୁଥିଲା । ଭୁଟ୍ଟାନରେ ମଧ୍ୟ ଭାରତୀୟ ସେନାରେ ଗୋଟିଏ ଦଳ ଉପସ୍ଥିତ ରହୁଥିଲା ।

ଅକସାଇ ଚୀନକୁ ଅଧିକାର କରିବା ଥିଲା ଚୀନ୍ ହିତରେ

tibet people

ଭୁଟାନ୍,ଲାତୁଙ୍ଗ୍,ସିକ୍କିମ ସେତେବେଳେ ରାସ୍ତା ଥିଲା । ଚୀନ ଯେତେବେଳେ ଏହି ସବୁ ଅଂଚଳ ଉପରେ ଆକ୍ରମଣ କରିବାକୁ ଚାହିଁଲା ସେତେବେଳେ ନେହେରୁ ସେନାକୁ ପଛକୁ ଫେରିବାକୁ କହିଥିଲେ ।ସେତେବେଳେ ଦଲାଇଲାମା ତିବ୍ବତରୁ ପଳାୟନ କରିଥିଲେ ଓ ଚୀନ ସଂପୂର୍ଣ୍ଣ ଭାବେ ତିବ୍ବତ ଉପରେ କବଜା କରିଥିଲା ।  ସେହିଭଳି ଚୀନ୍ ମଧ୍ୟ ସିକ୍ୟାଙ୍ଗ୍ ଉପରେ ଅଧିକାର କରିଥିଲା । ଏବେ ଚୀନ୍ ପାଇଁ ସମସ୍ୟା ଥିଲା ଯେ,ତିବ୍ବତ ଓ ସିକ୍ୟାଙ୍ଗକୁ କେମିତି ଯୋଡାଯିବ । କାରଣ ଏହି ଦୁଇ ଅଂଚଳ ମଧ୍ୟରେ ଭାରତୀୟ କ୍ଷେତ୍ର ଥିଲା । ଯତେବେଳେ ଚୀନ୍ ଦେଖିଲା ଯେ,ଭାରତ ପଟୁ ସେଠାକୁ କେହି ଆସୁନାହାନ୍ତି ସେତେବେଳେ ବେଜିଂ ସେଠାରେ ରାସ୍ତା ନିର୍ମାଣ ଆରମ୍ଭ କଲା । ଚୀନ୍,ସିକ୍ୟାଙ୍ଗ୍ ଓ ତିବ୍ବତକୁ ଯୋଡିବା ପାଇଁ ଅକ୍ସାଇ ଚୀନ୍ ଦେଇ ରାସ୍ତା ତିଆରି କରିଥିଲା । ଏହିଭଳି ଭାବେ ଚୀନ୍ ଦୁଇ ଅଂଚଳକୁ ଯୋଡିବା ସହ ଭାରତୀୟ ଅଂଚଳ ଉପରେ କବଜା କରିଲା । ଭାରତ ଏସମ୍ପର୍କରେ ଜାଣିବା ପରେ ବିରୋଧ କଲା । କିନ୍ତୁ ଚୀନ୍ କହିଲା ଅକ୍ସାଇ ଚୀନ୍ ଉପରେ ତାର ହକ୍ ଅଛି । ଏହାପରେ ଚୀନ ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ । ଭାରତରେ ସେ ନେହେରୁଙ୍କ ସହ ମିଶି ଚୀନ୍ ଭାରତ ଭାଇ ଭାଇର ନାରା ଦେଇଥିଲେ ।

neheru with china pm

ଏହି ଗସ୍ତ କାଳରେ ଚୀନ୍ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଗୋଟିଏ କାଗଜ ଧରାଇ ଦେଇ କହିଥିଲେ ଏହା ହେଉଛି ନକ୍ସା । ଏହାସହ ସେ କାଗଜ ମଝିରେ ଗୋଟିଏ ଗାର ମଧ୍ୟ ଟାଣି ଦେଇଥିଲେ ,ଯାହା ସ୍ପଷ୍ଟ ନଥିଲା । ଚୀନ୍ ଲଦାଖର କାରାକୋରମ ପର୍ବତମାଳାକୁ ମଧ୍ୟ ନିଜର ବୋଲି ଦାବି କରୁଥିଲା ।ଏହି ସବୁ ପ୍ରସଙ୍ଗକୁ ନେଇ ୧୯୬୨ ମସିହାରେ ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଥିଲା ।

ଆସାମକୁ ଦେବାକୁ ରାଜି ହୋଇଯାଇଥିଲେ ନେହେରୁ

neheru

ବିକେ ସିଂହ କହିଛନ୍ତି ଯେ,୧୯୬୨ଯୁଦ୍ଧରେ ଲଜ୍ଜାଜନକ ପରାଜୟ ପରେ ନେହେରୁ ଆସାମକୁ ଖାଲି କରିବାକୁ କହିଥିଲେ । କିନ୍ତୁ ଚୀନ୍ ଆସାମ ପର୍ଯ୍ୟନ୍ତ ପହଂଚି ପାରିନଥିଲା ।୧୯୬୨ ଯୁଦ୍ଧର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଯେଉଁଠି ଯେଉଁଠି ଭାରତୀୟ ସେନା ମୁତ୍ତୟନ ଥିଲେ ସେଠାରେ ଚୀନ୍ ପ୍ରବେଶ କରି ପାରିନଥିଲା । ଯଦି ସେଦିନ ଭାରତୀୟ ସେନା ଦୃଢତାପୂର୍ବକ ମୁକାବିଲା କରିନଥାନ୍ତା ତେବେ ନେହେରୁ ଆସାମକୁ ମଧ୍ୟ ଛାଡି ଦେଇଥାନ୍ତେ । ଜେନରାଲ ବିକେ ସିଂହ କହିଛନ୍ତି  ଯେ, ଚୀନ୍ ଅସ୍ତ୍ରବିରତୀ କରୁଛି କହି ମ୍ୟାକ୍ ମୋହନ୍ ଲାଇନ୍ ପାଖକୁ ଚାଲିଯାଇଥିଲା । କାରଣ ସେଠାରେ ତା’ର କୌଣସି ଦାବି ନଥିଲା । କିନ୍ତୁ ଲଦାଖ ଭିତରେ ଅକ୍ସାଇ ଚୀନ୍ ଉପରେ ଅଧିକାର ଛାଡିନଥିଲା । କାରଣ ଏହା ତିବ୍ବତ ଓ ସିକ୍ୟାଙ୍ଗକୁ ଯୋଡେ,ଯାହା ସାମରିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ

Leave a Reply