ଆଜି ଓଡ଼ିଶା ଆସିବେ ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତା

1 min read

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାରେ ପ୍ରଚାର କରିବେ । ରାହୁଲ କଟକ ସାଲେପୁରରେ ହାଇ-ଭୋଲଟେଜ କ୍ଯାମ୍ପେନ କରିବେ ।

ସକାଳ ୧୧ଟା ୩୦ରେ ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ଦିନ ୧୨ଟାରେ କଟକ ସତ୍ୟଭାମାପୁର ଯିବେ ।  ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ୧୨ଟା ୪୫ରେ ସାଲେପୁରଠାରେ ସାଧାରଣସଭାକୁ ସମ୍ବୋଧନ କରିବେ ରାହୁଲ । ୨ଟା ୧୫ରେ ଭୁବନେଶ୍ୱର ଫେରିଆସିବେ । ସାଲେପୁର ସଭାରେ କଂଗ୍ରେସ କର୍ମୀ ଓ ନେତାଙ୍କୁ ରାହୁଲ ଗୁରୁମନ୍ତ୍ର ଦେବେ ।

ସଭାରେ ୪ଟି ଲୋକସଭା ଆସନ- କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଏବଂ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ଏନେଇ କଂଗ୍ରେସ ବେଶ୍ ଉତ୍ସାହିତ ଅଛି  । ସେହିପରି ଜେପି ନଡ୍ଡାଙ୍କ ଗସ୍ତ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି ହୋଇଛି । ଅପରାହ୍ନ ସାଢ଼େ ୪ଟାରେ ଜେପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାକୁ ଯାଇ ସନ୍ଧ୍ୟା ସାଢ଼େ ୫ଟାରେ ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ୬ଟା ୪୫ରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବା ପରେ ଆସନ୍ତାକାଲି ଦିଲ୍ଲୀ ଫେରିବେ ।