ବିଧାନସଭାର ବଜେଟ ଅଧିବେଶନ, ଆଜିଠୁ ୩ ଦିନ ଯାଏ ଗୃହରେ ସାଧାରଣ ଆଲୋଚନା

1 min read

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କୃଷି ଓ ସାଧାରଣ ବଜେଟ୍ ମିଶି ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଦେଇଛନ୍ତି ସରକାର । ଆଜିଠାରୁ ୩ ଦିନ ବିଧାନସଭାରେ ବଜେଟ୍‌ ଉପରେ ସାଧାରଣ ଆଲୋଚନା ହେବ । ଏଥିପାଇଁ ଆଜି, ଆସନ୍ତାକାଲି ଓ ମାର୍ଚ୍ଚ ୧ ତାରିଖ ଧାର୍ଯ୍ୟ କରାଯାଇଛି । ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିବେ । ଏହା ସହିତ ଦୁଇଦିନ ଛୁଟି ପରେ ବିଧାନସଭା ସ୍ବାଭାବିକ ହେବା ନେଇ ଆଶା କରାଯାଉଛି । ପ୍ରଶ୍ନକାଳରେ ଗୃହ, ଅର୍ଥ, ପୂର୍ତ୍ତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଖଣି ଓ ଇସ୍ପାତ, ସଂସଦୀୟ ବ୍ୟାପାର, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସୋମବାର ଥିବାରୁ ଗୃହରେ ବିଜେପି ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇପାରେ ।