ଗେହଲଟ ହେବେ AICC ଅଧ୍ୟକ୍ଷ, କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ଅଶୋକ ଗେହଲଟ ହେବେ କଂଗ୍ରେସ ଅଧ୍ୟକ୍ଷ । ଏନେଇ ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ କଂଗ୍ରେସର ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଲା ତାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସମର୍ଥନ ଜୁଟେଇବା ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଛି ।

୨୦ ବର୍ଷ ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରୁଛି କଂଗ୍ରେସ । ରେସ୍‌ରେ ଶଶି ଥରୁର ଏବଂ ଅଶୋକ ଗେହଲଟ  । ଏଆଇସିସିର ପରବର୍ତ୍ତୀ ସଭାପତିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ରାହୁଲ ଗାନ୍ଧିଙ୍କ ନାଁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ରାହୁଲଙ୍କୁ ସମର୍ଥନ ମିଳିଛି ।

ଆସନ୍ତା ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ଅଶୋକ ଗେହଲଟ। ସେପଟେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଶଶୀ ଥରୁରଙ୍କୁ  ସୋନିଆ ଗାନ୍ଧି ଗ୍ରୀନ ସିଗନାଲ ଦେଇଛନ୍ତି । ଆସନ୍ତା ମାସରେ କଂଗ୍ରେସର ସଭାପତି ନିର୍ବାଚନ ହେବ । ସେପଟେ ରାହୁଲ ଗାନ୍ଧିଙ୍କୁ ଏଆଇସିସି ସଭାପତି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ଚାଲିଛି । ଅଧିକରୁ ଅଧିକ ରାଜ୍ୟ ରାହୁଲଙ୍କ ହାତରେ କଂଗ୍ରେସ ଭାର ସମ୍ଭାଳିବାକୁ ପ୍ରସ୍ତାବ ଗୃହୀତ କରିଛନ୍ତି ।