spot_img

Latest Posts

ମେ ମାସ ସୁଦ୍ଧା ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି, ପ୍ରତିଦିନ ଉପାସରେ ଦିନ କାଟୁଛନ୍ତି ୨୩ ଲକ୍ଷ

ଗାଜା: ଉତ୍କଟ ହେଲାଣି ଖାଦ୍ୟ ସଂକଟ। ଚଳିତ ମାସ କିମ୍ବା ଆସନ୍ତା ମେ ମାସ ସୁଦ୍ଧା ଗାଜାରେ ଦେଖାଦେବ ଦୁର୍ଭିକ୍ଷ ସ୍ଥିତି। ଏବେ ଲୋକଙ୍କ ମଧ୍ୟରେ ଖାଦ୍ୟ ପାଇଁ ହାହାକାର ସ୍ଥିତି। ଖାଦ୍ୟାଭାବରୁ ନିଇତି ଜୀବନ ହାରୁଛନ୍ତି ଲୋକେ। ଯଦି ଠିକ୍ ସମୟରେ ଖାଦ୍ୟ ନମିଳେ ତେବେ ଦୁର୍ଭିକ୍ଷ ସ୍ଥିତି ସୃଷ୍ଟି ହେବ।

ହଜାର ହଜାର ସଂଖ୍ୟାରେ ଲୋକଙ୍କ ଜୀବନ ଯିବ। ଉତ୍ତର ଗାଜାରେ ଏଭଳି ସ୍ଥିତି ସୃଷ୍ଟି ହେବା ଆଶଂକା କରିଛି ଜାତିସଂଘ। ଗାଜାର ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଖାଦ୍ୟାଭାବର ଶିକାର ହୋଇଛନ୍ତି। ୨୩ ଲକ୍ଷରୁ ଅଧିକ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି। ଉତ୍ତର ଗାଜାରେ ଏବେବି ୩ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି। ପଶୁଙ୍କ ଲାଗି ଉଦ୍ଦିଷ୍ଟ ଥିବା ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି ଲୋକେ।

ଗତ ସପ୍ତାହକ ମଧ୍ୟରେ ଗାଜାରେ ୨୭ ଶିଶୁଙ୍କ ଖାଦ୍ୟାଭାବରୁ ମୃତ୍ଯୁ ହୋଇଥିବା ଜଣାପଡିଛି। ସେପଟେ ଏଭଳି ସ୍ଥିତିରେ ଗାଜା ଉପରେ ଆକ୍ରମଣ ଜାରି ରଖି ଇସ୍ରାଏଲ ସେନା। ଅଲସିଫା ହସ୍ପିଟାଲରେ ଆକ୍ରମଣ ଜାରି ରହିଥିବାବେଳେ ସୀମାନ୍ତ ରାଫା ଅଂଚଳରେ ଜୋରଦାର ହମଲା ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ। ଆକ୍ରମଣକୁ ଯେକୌଣସି ମତେ ରୋକିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି ୟୁରୋପୀୟ ସଂଘ ।

Latest Posts

Don't Miss