ମାୟାନଗରୀରୁ ଧରା ପଡ଼ିଲା ଗେ ସେକ୍ସ ରାକେଟ୍, ‘ଆପ୍’ରେ ଚାଲିଥିଲା କାରବାର

1 min read
Gay Sex Racket Busted In Mumbai

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଗେ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ । କୁହାଯାଇଛି ଏଭଳି ଗେ ସେକ୍ସ ରାକେଟ୍ ପ୍ରଥମଥର ଧରାପଡ଼ିଛି । ମାମଲାରେ ପୋଲିସ ୩ ଯୁବକଙ୍କୁ ଗିରଫ କରିଛି । ବିଗତ କିଛିମାସ ହେଲା ଅନଲାଇନ୍ ଡେଟିଂ ଆପ୍ ‘ଗ୍ରାଇଣ୍ଡର’ ମାଧ୍ୟମରେ ସେକ୍ସ ରାକେଟ୍ ଚାଲିଥିଲା । ପୋଲିସ ଅନୁସାରେ, ଅଭିଯୁକ୍ତ ଲୁଟ୍ କରିବା ସହ ଅନୈତିକ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରି ଟଙ୍କା ମାଗୁଥିଲେ ।

‘ଗ୍ରାଇଣ୍ଡର’ ଆପ୍ ଡାଉନଲୋଡ୍ ପରେ ସେଥିରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ୁଥିଲା । ଏହା ପରେ ସ୍ଥାନ ଅନୁଯାୟୀ ସମଲିଙ୍ଗୀ ଯୁବକ ଜଣେ ଅନ୍ୟ ଜଣଙ୍କ ସହ ମିଶୁଥିଲେ । ପ୍ରଥମେ କଥାବାର୍ତ୍ତା ହେବା ପରେ ଅନୈତିକ ସମ୍ବନ୍ଧ ରଖୁଥିଲେ । ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ଜଣ ମାଡ଼ ମାରିବା ସହ ଟଙ୍କା ଓ କାର୍ଡ ନେଇ ଯାଇଥିବା ଏବଂ ଆପତ୍ତିଜନକ ଭିଡିଓ କରିଥିବା ପୋଲିସରେ ଅଭିଯୋଗ ହୋଇଥିଲା ।

ପୋଲିସ ଅନୁସାରେ, ପୀଡ଼ିତ ଟଙ୍କା ନଦେଲେ ଅଭିଯୁକ୍ତ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଦେବା ନେଇ ଧମକ ଦେଇଥିଲେ । ଏହାପରେ ପୀଡ଼ିତ ଏକଥାକୁ ପରିବାର ଓ ପୋଲିସକୁ ଜଣାଇଥିଲେ । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ଗେ ସେକ୍ସ ରାକେଟ ସମ୍ପର୍କରେ ଜଣାପଡ଼ିଛି ।

Leave a Reply