ଭାରତ ବନ୍ଦ ପୂର୍ବରୁ ନୋଏଡାରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି । ହେଲେ ଏହା ପୂର୍ବରୁ ଦିଲ୍ଲୀର ଗୗେତମ ବୁଦ୍ଧନଗରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଛି ।

ପ୍ରଶାସନର ସୂଚନା ଅନୁଯାୟୀ ବିନା ଅନୁମତିରେ ଏହି ସମୟ ମଧ୍ୟରେ କେହି ରାସ୍ତା ଅବରୋଧ କରିପାରିବେ ନାହିଁ କିମ୍ବା ଧାରଣାରେ ବସି ପାରିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଡିସେମ୍ବର ୨୩ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଚୗେଧୁରୀ ଚରଣ ସିଂହଙ୍କ ଜୟନ୍ତୀ । ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ୍ ଓ ଡିସେମ୍ବର ୩୧ରେ ବର୍ଷର ଶେଷ ଦିନ ତଥା ଜାନୁଆରୀ ୧ରେ ନବବର୍ଷ ପାଳନ କରାଯିବ ।

ଯାହାକୁ ଦୃଷ୍ଟିରେ ରଖି ଗୗେତମ ବୁଦ୍ଧନଗରରେ  ଡିସେମ୍ବର ୬ରୁ ଆସନ୍ତା ଜାନୁଆରୀ ୨ ତାରିଖ ଯାଏଁ ୧୪୪ ଧାରା ଜାରି ରହିବ ବୋଲି ଗୗେତମ ବୁଦ୍ଧନଗରର ଅପର ପୋଲିସ ଉପାୟୁକ୍ତ (କାନୁନ ଏବଂ ବ୍ୟବସ୍ଥା) ଆଶୁତୋଷ ଦ୍ୱିବେଦୀ ସୂଚନା ଦେଇଛନ୍ତି ।

Leave a Reply