ବିରାଟ ଓ ରୋହିତଙ୍କ ସନ୍ୟାସ ଅଟକଳକୁ ନେଇ କୋଚ ଗୌତମ ଗମ୍ଭୀରଙ୍କ ବୟାନ ଫ୍ୟାନ୍ସଙ୍କ ହୃଦୟ ଜିତିଲା
1 min read
ନନ୍ଦିଘୋଷ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜକୁ ଦିଲ୍ଲୀ ଟେଷ୍ଟରେ ଭାରତ ୭ ଓ୍ବିକେଟରେ ହରାଇବା ପରେ ବିରାଟ କୋହଲିଙ୍କୁ ନେଇ ଆସିଛି ହେଡ କୋଚ୍ ଗୋତମ ଗମ୍ଭୀରଙ୍କ ବଡ଼ ବୟାନ । ସବୁବେଳେ ବିରାଟ ଓ ଗମ୍ଭୀରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ କୋହଲିଙ୍କୁ ନେଇ ଗମ୍ଭୀର ଏମିତି ଏକ କଥା କହିଛନ୍ତି ଯାହା କ୍ରିକେଟ୍ ଫ୍ୟାନ୍ସଙ୍କ ମନକୁ ଗାର୍ଡେନ ଗାର୍ଡେନ କରିଦେଇଛି । ଟେଷ୍ଟ ସିରିଜ ଭାରତ ଜିତିବା ପରେ ଗମ୍ଭୀରଙ୍କୁ ପଚରା ଯାଇଥିଲା ଆପଣ କ’ଣ ଭାବୁଛନ୍ତି ୨୪ ମାସ ମଧ୍ୟରେ ବିରାଟ ଓ ରୋହିତ ସନ୍ୟାସ ନେଇଯିବେ । ଏହାର ଉତ୍ତରରେ ଗମ୍ଭୀର କହିଥିଲେ, ବିଶ୍ବକପକୁ ଆହୁରି ଅଢ଼େଇ ବର୍ଷ ବାକି ଅଛି । ଆମେ ଏବେ ବର୍ତ୍ତମାନର କଥା ଚିନ୍ତା କରୁଛୁ, ଆଉ ଏହା ହିଁ ବସୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।
ଅଷ୍ଟ୍ରେଲିଆରେ କାମରେ ଆସିବ ବିରାଟ-ରୋହିତଙ୍କ ଅଭିଜ୍ଞତା
ବିରାଟ ଓ ରୋହିତଙ୍କ ପ୍ରଶଂସା କରିବା ସହ ଗମ୍ଭୀର କହିଛନ୍ତି, ଉଭୟ ଦମଦାର ବ୍ୟାଟର । ସେମାନଙ୍କ ଅନୁଭବ ଅଷ୍ଟ୍ରେଲିଆରେ ବହୁତ କାମରେ ଆସିବ । ଆଶା କରୁଛି ସେମାନଙ୍କ ଏହି ଗସ୍ତ ସଫଳ ରହିବ । ଆଉ ଏହାଠାରୁ ବଡ଼ କଥା ହେଲେ ଏକ ଟିମ୍ ଭାବରେ ଆମେ ସେଠାରେ ଏକ ସଫଳ ସିରିଜ୍ ଖେଳିବୁ । କୌଣସି ଖେଳାଳିଙ୍କୁ ବାହାର କରିବା ସବୁବେଳେ ଭାବନାତ୍ମକ ରହିଥାଏ ।
ଦିଲ୍ଲୀରେ ପହଞ୍ଚିଲେ ବିରାଟ
ଗମ୍ଭୀରଙ୍କ ଏହି ବୟାନ ଭିତରେ କିଙ୍ଗ କୋହଲି ଦିଲ୍ଲୀରେ ପହଞ୍ଚିଛନ୍ତି । ଆଇପିଏଲ ପରଠାରୁ ସେ ଲଣ୍ଡନରେ ଥିଲେ । ଅକ୍ଟୋବର ୧୫ ତାରିଖରେ ବିରାଟ ଓ କୋହଲି ଏବେ ଟିମ୍ ଇଣ୍ଡିଆର ଅନ୍ୟ ସଦସ୍ୟଙ୍କ ସହ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ।
ସୂଚନାଯୋଗ୍ୟ, ଭାରତ ଅଷ୍ଟ୍ରେଲିଆରେ ତିନିଟିକିଆ ଦିନିକିଆ ସିରିଜ ଖେଳିବ । ପର୍ଥରେ ପ୍ରଥମ ମ୍ୟାଚ୍ ୧୯ ଅକ୍ଟୋବରରେ ଖେଳାଯିବ । ସେହିପରି ୨୩ରେ ଏଡିଲେଡ ଓ ୨୫ରେ ସିଡନରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ଖେଳାଯିବ ।
ଆପଣଙ୍କୁ କହି ରଖୁଛୁ ଆଷ୍ଟ୍ରେଲିଆରେ ବିରାଟ ଓ ରୋହିତଙ୍କ ଟ୍ରାକ ରେକର୍ଡ ବହୁତ ଭଲ ରହିଛି । ବିରାଟ ଅଷ୍ଟ୍ରେଲିଆରେ ୫୧ ପ୍ରତିଶତରୁ ଅଧିକ ହାରରେ ୧୩୨୭ ରନ୍ କରିଛନ୍ତି । ଯେଉଁଥିରେ ୫ଟି ଶତକ ରହିଛି । ସେହିପରି ରୋହିତ ୫୩ରୁ ଅଧିକ ପ୍ରତିଶତ ହାରରେ ୧୩୨୮ ରନ୍ କରିଛନ୍ତି । ସେ ମଧ୍ୟ ଅଷ୍ଟ୍ରେଲିଆରେ ୫ଟି ଶତକ ମାରିଛନ୍ତି ।