ଜନସମାଗମ ଉପରେ କଟକଣା, ୮ ଦିନ ପରେ ଲକଡାଉନ୍ ନେଇ ନିଷ୍ପତ୍ତି
1 min readମୁମ୍ବାଇ: ମହାରାଷ୍ଟ୍ରର ମୁଣ୍ଡବ୍ୟଥା ବଢ଼ାଇଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାର ୭ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଉଦ୍ଧବ ସରକାର ରାଜନୀତିକ, ଧାର୍ମିକ ଓ ସାମାଜିକ ସଭା ଉପରେ କଟକଣା ଲଗାଇଛନ୍ତି । ସୋମବାର ଅର୍ଥାତ୍ ଆସନ୍ତାକାଲି ଠାରୁ ରାଜ୍ୟରେ କୌଣସି ସଭା, ସମିତି କି ଶୋଭାଯାତ୍ରା ହୋଇପାରିବ ନାହିଁ । ଯଦି ଲୋକ ନିୟମ ନ ମାନିବେ ତ ପୁଣି ଲକଡାଉନ୍ ଲାଗୁହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
If the (COVID-19) situation deteriorates, then we have to impose lockdown. Those who want lockdown can roam around without mask while those who don't want it must wear mask and follow all the rules: Maharashtra Chief Minister Uddhav Thackeray pic.twitter.com/CJdkvmfwNU
— ANI (@ANI) February 21, 2021
ଯାହାକୁ ଲକଡାଉନ୍ ଆବଶ୍ୟକ ନାହିଁ ସେମାନେ ମାସ୍କ ପିନ୍ଧନ୍ତୁ, ନିୟମ ମାନନ୍ତୁ । ଯାହାକୁ ଲକଡାଉନ୍ ଆବଶ୍ୟକ ସେମାନେ ମାସ୍କ ପିନ୍ଧନ୍ତୁ ନାହିଁ । ଏଥିସହ କମ୍ପାନୀ ମାନେ ଯଥା ସମ୍ଭବ କର୍ମଚାରୀଙ୍କୁ ୱାର୍କ ଫର୍ମ ହୋମ୍ କରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ଲକଡାଉନ୍ ଉପରେ ଆଗାମୀ ୮ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
ଏଥିସହ ଅମରାବତୀରେ ଦିନକରେ ପାଖାପାଖି ୧ ହଜାର ସଂକ୍ରମଣ ମାମଲା ଆସିଛି । ଯାହାକି ଚିନ୍ତାର ବିଷୟ ବୋଲି ଉଦ୍ଧବ କହିଛନ୍ତି । କରୋନା ନିୟନ୍ତ୍ରଣ ଲାଗି ସରକାର ପ୍ରସ୍ତୁତ ଅଛନ୍ତି । ଲୋକଙ୍କୁ ନିୟମ ମାନିବାକୁ ପଡ଼ିବ । ସଂଖ୍ୟାଧିକ ଆଗଧାଡ଼ିର ଯୋଦ୍ଧା ପରିବାରକୁ ଛାଡ଼ି ଆମ ସେବାରେ ଅଛନ୍ତି । ସେମାନଙ୍କ ତ୍ୟାଗ ବୃଥା ଯିବାକୁ ଦିଅନ୍ତୁ ନାହିଁ ବୋଲି ମହାରାଷ୍ଟ୍ରବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।