ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍‌ ଲିକ୍‌, ୨ ଗୁରୁତର ୨ ମୃତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ୍‌। ସିସିଡି ବିଭାଗରେ ଗ୍ୟାସ ଲିକ୍‌ ସୂଚନା। ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ ଲିକ୍‌ ଫଳରେ ୨ଜଣ ଠିକା କର୍ମଚାରୀ ଗୁରୁତରଭାବେ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆହତ ମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ୪ ଜଣଙ୍କ ବ୍ୟତିତ ଆଉ କେତେ ଆହତ ହୋଇଛନ୍ତି ତାହାର ପୁରା ସୂଚନା ମିଳିପାରି ନାହିଁ ।

କିନ୍ତୁ ସନ୍ଦେହ କରାଯାଉଛିଯେ ଗ୍ୟାସ ଲିକ୍‌ କାରଣରୁ ଅଧିକ ଆହତ ହୋଇଥାଇ ପାରନ୍ତି। ସେପଟେ ଗ୍ୟାସ ଲିକ୍‌ କେମିତି ହେଲା ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରଥମିକ ତଦନ୍ତ ଆରମ୍ଭ ହୋଇଛି। ଏଭଳି ଘଟଣା ପରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷର ଦାବି ହୋଇଛି । ଆହତ ହୋଇଥିବା ସମସ୍ତ କର୍ମଚାରୀଙ୍କର ଚିକିତ୍ସା ବହନ କରିବା, ସଠିକ୍‌ କାର୍ଯ୍ୟାନୁଷ୍ଠା କରିବା ପାଇଁ ଦାବି ହୋଇଛି ।

Leave a Reply