କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍, ଗୁରୁତର ହେଲେ ୫୦ ମହିଳା ଶ୍ରମିକ

ବିଶାଖାପାଟଣା: ବିଶାଖାପାଟଣାର ଇଣ୍ଡଷ୍ଟ୍ରିଆଲ ଏରିଆରେ ଗ୍ୟାସ୍‌ ଲିକ୍‌ । କାମ କରୁଥିବା ବେଳେ ଗ୍ୟାସ୍‌ ଲିକ୍‌ ଯୋଗୁଁ ଗୁରୁତର ହେଲେ ୫୦ ଜଣ ମହିଳା ଶ୍ରମିକ । ଅନେକ ମହିଳା ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ମେଡିକାଲ ନିଆଯାଇଛି । ତେବେ ଗ୍ୟାସ୍ ଲିକ୍ ଯୋଗୁ କିଛି ମହିଳାଙ୍କୁ ମଧ୍ୟ ଦେଖିବାରେ ଅସୁବିଧା ହୋଇଥିଲା । କମ୍ପାନୀ ଭିତରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଯୋଗୁଁ ଅଘଟଣ ହୋଇଥିବା ଜଣାପଡ଼ିଛି । ଏଭଳି ଅଭିଯୋଗ ପରେ ସ୍ଥାନୀୟ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତୁରନ୍ତ ଉକ୍ତ କାରଖାନା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।  ଏହାସହିତ ଆହତ ଏବଂ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇଦେବାକୁ ମଧ୍ୟ କହିଛନ୍ତି ।