ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: ୬୩୪ଟଙ୍କାରେ ମିଳୁଛି ଏଲ୍‌ପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଦେଶର ସରକାରୀ ତୈଳ କମ୍ପାନୀ ଆପଣଙ୍କ ପାଇଁ ଶସ୍ତା ଦାମ୍‌ରେ ଗ୍ୟାସ୍ ସିଲିଣ୍ଡର ପାଇବାର ଏକ ବିକଳ୍ପ ଆଣିଦେଇଛନ୍ତି ।  ଯଦି ଆପଣ ସବୁଦିନ ବଢ଼ୁଥିବା ଗ୍ୟାସ୍ ସିଲିଣ୍ଡରର ଦରକୁ ନେଇ ବିରକ୍ତ ହୋଇଗଲେଣି । ତେବେ ଆପଣଙ୍କ ପାଇଁ ଖୁସି ଖବର । ଆପଣ ମାତ୍ର ୬୩୩.୪ ଟଙ୍କାରେ ପାଇପାରିବେ ରନ୍ଧନ ଗ୍ୟାସ୍ ।

               ତେବେ ଜାଣନ୍ତୁ ଆପଣ କମ୍ ଟଙ୍କାରେ କିଭଳି ପାଇପାରିବେ ରନ୍ଧନ ଗ୍ୟାସ୍                                                 

ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି କମ୍ପୋଜିଟ୍ ସିଲିଣ୍ଡର ନେଇ ଆସିଛନ୍ତି କମ୍ପାନୀମାନେ । ଯାହାକୁ ଆପଣ କେବଳ ୬୩୩.୫ ଟଙ୍କା କିଣିପାରିବେ । ଯାହାକୁ ଆପଣ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସହଜରେ ନେଇପାରିବେ । ଯଦି ଛୋଟ ପରିବାର ହୋଇଥିବ ତେବେ ଏହା ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ ।

କମ୍ପୋଜିଟ୍ ସିଲିଣ୍ଡରର ଓଜନ ପ୍ରାୟ ୧୦କେଜି ହୋଇଥାଏ । ଏହି କାରଣରୁ ସିଲିଣ୍ଡର ଦାମ୍ କମ୍ ହୋଇଥାଏ । ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ, କମ୍ପୋଜିଟ୍ ବାଲା ସିଲିଣ୍ଡର ଏବେ ୨୮ ସହରରେ ଉପଲବ୍ଧ । କିନ୍ତୁ ଏହା ବହୁତ ଶୀଘ୍ର ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ । ଆଇଓସିଏଲ୍ ଓ୍ୱେବସାଇଟ୍ ଅନୁଯାୟୀ ଏହି ସିଲିଣ୍ଡର ମୁମ୍ୱାଇରେ ୬୩୪ ଟଙ୍କା, କୋଲକାତାରେ ୬୫୨ ଟଙ୍କା, ଚେନ୍ନାଇ ୬୪୫ ଟଙ୍କା, ଲକ୍ଷ୍ଣୌରେ ୬୬୦ ଟଙ୍କା, ଇନ୍ଦୋରରେ  ୬୫୩ ଟଙ୍କା, ଭୋପାଳରେ ୬୩୮ ଏବଂ ଗୋରଖପୁରରେ ୬୭୭ ଟଙ୍କା ରହିଛି । ୧୪.୨ କିଲୋ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ୧୪.୨ କିଲୋ ବିଶିଷ୍ଟ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Leave a Reply