ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ନୟାଗଡ଼: ନୟାଗଡ଼ ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ବିସ୍ଫୋରଣରେ ଘରର ଆଜବେଷ୍ଟସ ଉଡ଼ିଯାଇଥିବା ବେଳେ ଗୋଟିଏ ପରିବାରର ୪ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ନିଆଁରେ ପୋଡ଼ିହୋଇ ଜଣେ ଗୁରୁତର ଓ ୩ ଜଣ ଆହତ ହୋଇଛନ୍ତି।

ତହସିଲ କାର୍ଯ୍ୟାଳୟର କର୍ମଚାରୀ କୈଳାସ ଚନ୍ଦ୍ର ଦାସଙ୍କ ସରକାରୀ ବାସଭବନରେ ବିଦ୍ୟୁତ୍ ସର୍ଟସର୍କିଟରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଥିଲା । ପରେ ଏଥିରେ ବଡଧରଣର ବିସ୍ଫୋରଣ ଘଟିଥିଲା । ଆହତଙ୍କୁ ଭାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।