ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ଦୋକାନ ଘର

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵର ବଳରାମଗଡ଼ି ଥାନା ନାଉପାଳଗଡିରେ ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ଦୋକାନ ଘର । ୯ରୁ ଅଧିକ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି। ବିସ୍ପୋରୋଣରେ ଉଡ଼ିଥିବା ଦୋକାନଟି ବାଲେଶ୍ୱର ଥାନାର ପୂର୍ବତନ ହୋମଗାର୍ଡ ଏସକେ ହାଫିଜଙ୍କର ବୋଲି ଜଣାପଡ଼ିଛି। ବେଆଇନ୍ ଭାବରେ ଦୋକାନ ଘରେ ରଖାଯାଇଥିଲା ୬୦ରୁ ଅଧିକ ସିଲିଣ୍ଡର । ଆଜି ସକାଳେ ହଠାତ ନିଆଁ ଲାଗି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି ।