ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଯୋଜନା, ୨୦ ମାର୍ଚ୍ଚରୁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ସ୍କିମ୍
1 min read- ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କ ପାଇଁ ଆଣିଲେ ନୁଆ ପ୍ଲାନ
- ୨୦ଜୁନରୁ କାର୍ଯ୍ୟକାରୀ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା
ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଆସିଲା ନୂଆ ଯୋଜନା । କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଉପକୃତ ହେବେ । ଏହି ଯୋଜନାର ନାଁ ହେଉଛି ଗରିବ କଲ୍ୟାଣ ରୋଜଗାର ଯୋଜନା । ଏହାର ମୂଳ ଲକ୍ଷ୍ୟ ହେଉଛି ଲକଡାଉନ ସମୟରେ ନିଜ ରାଜ୍ୟ ଏବଂ ଗ୍ରାମକୁ ଫେରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର କ୍ଷମ କରାଇବା ସହ ଦକ୍ଷତା ବିକାଶ ଓ ଥଇଥାନର ସୁବିଧା ଯୋଗାଇବା ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବ ଶ୍ରମିକ ଓ କୃଷକଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଲୋକମାନଙ୍କର ରୋଜଗାରକୁ ବଜାୟ ରଖିବା ସହ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାରେ ମଧ୍ୟ ସାହାଯ୍ୟ କରିବ । ଗରିବ କଲ୍ୟାଣ ରୋଜଗାର ଯୋଜନା ଅଭିଯାନ ୧୨୫ ଦିନ ଧରି ଚାଲିବ । ଏହା ଅଧିନରେ ପ୍ରବାସୀଙ୍କ ପାଇଁ ୨୫ ପ୍ରକାରର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୫୦ ହଜାର କୋଟି ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଜୁନ ୨୦ ତାରିଖ ସକାଳ ୧୧ଟାରେ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ ।
PM Modi to launch 'Garib Kalyan Rojgar Abhiyaan' on 20 June to boost livelihood opportunities in rural India. The campaign of 125 days across 116 districts in 6 states to work in mission mode to help migrant workers: Prime Minister's Office
(file pic) pic.twitter.com/nSu55zqH4H— ANI (@ANI) June 18, 2020
ବିହାରର ଖାଗରିଆ ଜିଲ୍ଲାର ତେଲିଗର ଗ୍ରାମରୁ ଏହି ଯୋଜନା ଆରମ୍ଭ ହେବାର ସୂଚନା ରହିଛି । ଏହି ଯୋଜନାକୁ ବିହାର ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାକୁ ସଂଯୁକ୍ତ କରାଯାଇଛି । ଏଥିରେ ବିହାରର ସର୍ବାଧିକ ୩୨ଟି ଜିଲ୍ଲା ରହିଛି । ସୂଚନା ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ପ୍ରାୟ ୪୨କୋଟି ଗରିବଙ୍କ ପାଇଁ ୫୩ ହଜାର ୨୪୮ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ମାର୍ଚ୍ଚ ୨୦କୁ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜର ଘୋଷଣା କରିଥିଲେ । ଏହି ପ୍ୟାକେଜ ଅନ୍ତର୍ଗତ ଗରିବଙ୍କୁ ମାଗଣାରେ ଖାଦ୍ୟ, ମହିଳା, ବୃଦ୍ଧ ଏବଂ ଅନ୍ୟମାନଙ୍କୁ ନଗଦ ସାହାଯ୍ୟ କରିବା ସାମିଲ ରହିଛି ।