ପିଲାଙ୍କୁ ଅପେକ୍ଷା କରିଛି ସ୍କୁଲ ଘର, ନୂଆ ରୂପରେ ଦେଖିବେ ଛାତ୍ରଛାତ୍ରୀ

School

ଗଞ୍ଜାମ: କରୋନା କାଳରେ ଦୀର୍ଘ ୮ ମାସ ଧରି ବନ୍ଦ ରହିଛି ସମସ୍ତ ବିଦ୍ୟାଳୟ । ତେବେ ସ୍କୁଲ ଖୋଲିବା ଆଶା ବଢିବା ପରେ ପିଲାଙ୍କ ଆଗମନକୁ ଅପେକ୍ଷା ରହିଛି । ସେଥିପାଇଁ ସଜେଇ ହେଉଛି ଗଞ୍ଜାମ ଜିଲ୍ଲାର ଅନେକ ବିଦ୍ୟାଳୟ । ଶେରଗଡ ଗୋଠ ଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚିତ୍ର ଏବେ ବଦଳି ଯାଇ ନିର୍ମାଣ ହୋଇଛି ବିଦ୍ୟାଧନ ଏକ୍ସପେସ୍ ।

ଏକ୍ସପ୍ରେସରେ ବସି ପାଠ ପଢିବେ ପିଲା । ବିଦ୍ୟାଳୟର ନାଁ ବିଦ୍ୟାଧନ ଏକ୍ପପ୍ରେସ ରଖାଯାଇଛି । ହାଇସ୍କୁଲ ପାଲଟିଛି ରେଳଡବା । ପିଲାଙ୍କ ଆଗମନକୁ ଅପେକ୍ଷା କରିଛି ନୂଆ କୋଠା । ପାଠପ୍ରତି ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ କରିଛନ୍ତି ଶିକ୍ଷକ ତଥା ପ୍ରଶାସନ । କରୋନା କାଳରେ ବଦଳିଯାଇଛି ବିଦ୍ୟାଳୟର ପୂରା ଚିତ୍ରପଟ୍ଟର ଦୃଶ୍ୟ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଗୋଠଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ସମସ୍ତଙ୍କୁ ଚକିତ କରୁଛି ।

ପ୍ରଧାନଶିକ୍ଷକ ଓ ଗ୍ରାମବାସୀଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇଛନ୍ତି ଅବିଭାବକ ଓ ଅନ୍ୟ ଶିକ୍ଷକ । ତେବେ ଏହା ସାରା ଜିଲ୍ଲାରେ ଥିବା ସମସ୍ତ ଛୋଟବଡ଼ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ନୂତନ ଉଦାହରଣ ସୃଷ୍ଟି କରିଛି । ଏପଟେ ପିଲାଙ୍କୁ ପୁଣିଥରେ ବିଦ୍ୟାଳୟ ମୁହାଁ କରାଇବା ପାଇଁ ଭିନ୍ନ ଏକ ପ୍ରୟାସ କରାଯାଇଛି ।

Leave a Reply