ଗଞ୍ଜାମର ବାଲିମାଫିଆ କୃପାସିନ୍ଧୁ ମୁଦୁଲିର କଳା ସାମ୍ରାଜ୍ୟର ଚାଲିଛି ଖୋଳତାଡ଼

ଗଞ୍ଜାମ : ଗଞ୍ଜାମର ବାଲିମାଫିଆ କୃପାସିନ୍ଧୁ ମୁଦୁଲିର କଳା ସାମ୍ରାଜ୍ୟର ଚାଲିଛି ଖୋଳତାଡ଼  । ମାମଲାରେ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ  । ତିନି ଅଭିଯୁକ୍ତ ହେଲେ କାଶୀନଗର ଅଞ୍ଚଳର ନିଶିକାନ୍ତ ନାୟକ , ଡି. ରମେଶ କୁମାର ଓ ବ୍ରହ୍ମପୁରର ଅମରେନ୍ଦ୍ର ପାଣିଗ୍ରାହୀ । ନକଲି ଓ୍ବାଇଫର୍ମ ପ୍ରସ୍ତୁତିରେ କୃପାସିନ୍ଧୁଙ୍କୁ ଏହି ତିନି ଅଭିଯୁକ୍ତ ସହଯୋଗ କରୁଥିଲେ  ।  ନିଶିକାନ୍ତ ନାୟକ ଓ ଡି . ରମେଶ କୁମାର ସାହାଯ୍ୟରେ ଅମରେନ୍ଦ୍ର ପାଣିଗ୍ରାହୀଙ୍କଠାରୁ ନକଲି ଓ୍ବାଇ ଫର୍ମ ଛପାଇ ଆଣୁଥିଲା କୃପାସିନ୍ଧୁ । ନକଲି ଓ୍ବାଇଫର୍ମର ମୁଖ୍ୟ କାର୍ପଟଦାର ଥିଲା ଅମରେନ୍ଦ୍ର  । ବ୍ରହ୍ମପୁରରେ ଅମରେନ୍ଦ୍ରର ମା ସନ୍ତୋଷୀ ପ୍ରିଣ୍ଟିଂ ପ୍ରେସ ରହିଥିଲା  । ଏହିଠାରେ ନକଲି ଓ୍ବାଇଫର୍ମ ଛପା ହେଉଥିଲା  । ପ୍ରିଣ୍ଟିଂ ପ୍ରେସରେ ଚଢାଉ କରି କମ୍ପ୍ୟୁଟର ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ  ।  ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଏସପି ଜଗମୋହନ ମିନା ସୂଚନା ଦେଇଛନ୍ତି । ଗତ ୩୦ ବର୍ଷ ହେଲା  ବେଆଇନ ବାଲିଚାଲାଣ କରି କୋଟି କୋଟି ଟଙ୍କା ଲୁଟୁଥିଲା କୃପାସିନ୍ଧୁ  । ଅକ୍ଟୋବର ୧୪ ତାରିଖରେ କୋଦଳା ପୋଲିସ ହାତରେ ଧରାପଡ଼ିଥିଲା କୃପାସିନ୍ଧୁର ଚାଲବାଜି ।Illegal sand mining: NGT issues slew of directions to States/UTs| Sambad  English

ନକଲି ଓ୍ବାଇ ଫର୍ମ ଆଉ ତହସିଲଦାରଙ୍କ ଫର୍ଜ୍ଜି ଦସ୍ତଖତ କରି ବାଲି ଚାଲାଣ ବେଳେ ୫ଟି ଟ୍ରକକୁ ଜବତ କରିଥିଲା ପୋଲିସ । ୧୯ ତାରିଖରେ ମୁଖ୍ୟ କାର୍ପଟଦାର କୃପାସିନ୍ଧୁ ମୁଦୁଲି ଓ ସହଯୋଗୀଙ୍କୁ ଗିରଫ କରାଯାଇଥିଲା  । ଦୁଇଟି ପର୍ଯ୍ୟାୟ ରିମାଣ୍ଡରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିଛି ପୋଲିସ  । କୃପାସିନ୍ଧୁ ସମେତ ତାର ସହଯୋଗୀ ମାନେ ଏବେ କୋଦଳା ଜେଲରେ ଅଛନ୍ତି । ଜେରା ସମୟରେ କିଛି ପୁଲିସ କର୍ମଚାରୀଙ୍କ ସଂପୃକ୍ତି ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ  । କାର୍ଯ୍ୟରତ କନେଷ୍ଟବଳ ରବି ରେଡିଙ୍କୁ ନିଳମ୍ବିତ କରିଛନ୍ତି ବ୍ରହ୍ମପୁର ଏସପି । କନେଷ୍ଟବଳ ଜଣକ ନିଜ ଡିୟୁଟି ଛାଡି ବାଲି ମାଫିଆ କୃପାସିନ୍ଧୁ ମୁଦୁଲିଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ସସପେଣ୍ଡ କରାଯାଇଛି  ।