spot_img

Latest Posts

ନନ୍ଦିଘୋଷ ଟିଭି ମହାପ୍ରଭାବ : ବିବାହ ଶୋଭାଯାତ୍ରାରେ ନାଚିଥିଲେ ଶତାଧିକ ବରଯାତ୍ରୀ,ଏବେ ଦେବେ ଫାଇନ୍

ଗଞ୍ଜାମ: ବ୍ରହ୍ମପୁରରେ କୋଭିଡ ନିୟମର ଖୋଲଖୋଲି ଉଲଂଘନ । ବାହାଘରରେ ମାନିଲେନି ସାମାଜିକ ଦୂରତା, ପିନ୍ଧିଲେନି ମାସ୍କ । ବିବାହ ଶୋଭାଯାତ୍ରାରେ ନାଚିଲେ ଶତାଧିକ ବରଯାତ୍ରୀ । ବ୍ରହ୍ମପୁର ସହର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅର ବିବାହରେ ଦେଖିବାକୁ ମିଳିଛି ଅମାନିଆଙ୍କ ଏଭଳି ଭିଡ଼ । କିନ୍ତୁ ନନ୍ଦିଘୋଷ ଟିଭିରେ ଏହି ବିବାହ ଶୋଭାଯାତ୍ରାର ଭିଡିଓ ପ୍ରସାରିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଆଉ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।

ତେବେ ପ୍ରଥମେ ଜାଣନ୍ତୁ ଘଟଣା କ’ଣ ଥିଲା ଓ କେମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହୋଇଥିଲା । ଶୁକ୍ରବାର ଦିନ ଗୋପାଳପୁର ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଏହି ବିବାଦୀୟ ବିବାହ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ବିବାହ ସମୟରେ ହୋଟେଲ ମାଲିକଙ୍କ ପୁଅ ବଡ ପ୍ରୋସେସନରେ ବାହାରିଥିଲେ । ନିଜେ କାର ଉପରେ ଛିଡା ହୋଇ ନାଚୁଥିଲେ । ଆଉ ତାଙ୍କ ସହ ଥିବା ବରଯାତ୍ରୀ ମଧ୍ୟ କିଛି କମ ନଥିଲେ । ସେମାନେ ମଧ୍ୟ ସବୁ କରୋନା କଟକଣାକୁ ଫୁ’କରି ଖୁଲମଖୁଲା ବିନା ମାସ୍କରେ ନାଚୁଥିଲେ । ନାଥିଲା ସାମାଜିକ ଦୂରତା ନା କରୋନାର ଡର । ଲାଗୁଥିଲା ସବୁକିଛି ନର୍ମାଲ ଅଛି । ଲାଗୁଥିଲା ଏହା କରୋନା ପୂର୍ବର ବାହାଘର । ଅନ୍ୟ ପକ୍ଷରେ ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଂଚଳରୁ ଲୋକେ ଆସି ଯୋଗ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ସ୍ପଷ୍ଟ ନିୟମ ଥିବା ବେଳେ, ଏଭଳି ଆୟୋଜନ ପାଇଁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ସହର ଆସିବା ଉପରେ ଜିଲ୍ଲାପାଳ ରୋକ ଲଗାଇଥିବା ବେଳେ, ପ୍ରଶାସନ ନାକତଳେ ଏଭଳି ଆୟୋଜନ ପୋଲିସ ପ୍ରଶାସନର ପାରିବା ପଣିଆ ଉପରେ ଅଙ୍ଗୁଳି ଉଠାଇଛି । ବିବାହ ଭିଡିଓ ଭାଇରାଲ ହେବା ପରେ ଓ ନନ୍ଦିଘୋଷ ଟିଭିରେ ଭିଡିଓ ପ୍ରସାରିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା ।

ନନ୍ଦିଘୋଷ ଟିଭିର ମହାପ୍ରଭାବ

ପ୍ରଶାସନ ନିଦ ଭାଙ୍ଗିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।  ସାମାଜିକ ଦୂରତା ନରଖି ବିବାହ ଆୟୋଜନ କରିଥିବା ଅଭିଯୋଗରେ ଗୋପାଳପୁରର ପଂଚତାରକା ହୋଟେଲ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ତରଫରୁ କରାଯାଇଥିବା ଟ୍ୱିଟରେ ନନ୍ଦିଘୋଷ ଟିଭି ରିପୋର୍ଟ କଥା ଉଲ୍ଲେଖ କରାଯାଇ କୁହାଯାଇଛି ଯେ, ଉଭୟ ପକ୍ଷ ବିରୋଧରେ ମହାମାରୀ ଆଇନ୍ ଅନୁସାରେ ମାମଲା ରୁଜ୍ଜ ହେବା ସହ ଫାଇନ୍ ବାବଦରେ ୫୦ ହଜାର ଟଙ୍କା ଆଦାୟ କରାଯାଇଛି ।

Latest Posts

Don't Miss