କାଲିଠୁ ୬ ଦିନ ଧରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Ganjam Tara Tarini Temple Foundation Ceremony From Tomorrow

ଗଞ୍ଜାମ: ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନ ରାଶିରେ ହୋଇଛି ଉନ୍ନତିକରଣ । ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୁଉଚ୍ଚ ଭବ୍ୟ ମନ୍ଦିର ଏବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆସନ୍ତାକାଲି ମା’ଙ୍କ ମନ୍ଦିର ପ୍ରତିଷ୍ଠା ହେବ । ୬ ଦିନ ଧରି କାର୍ଯ୍ୟକ୍ରମ ଜାରି ରହିବାକୁ ଥିବା ବେଳେ ୧୮ ତାରିଖରେ ଏଥିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Ganjam Tara Tarini Temple Foundation Ceremony From Tomorrow

ପୂଣ୍ୟତୋୟା ଋଷିକୁଲ୍ୟା ମୁହାଣର ବଣ ପାହାଡ଼ ଘେରା ଏହି ପୀଠ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ଅନୁଦାନରେ ମନ୍ଦିରର ହୋଇଛି ସୌନ୍ଦର୍ଯ୍ୟକରଣ । ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ କାମ ସରିଥିବା ବେଳେ ୧୫ ତାରିଖରୁ ୬ ଦିନ ବ୍ୟାପୀ ଆୟୋଜିତ ହେବ ପ୍ରତିଷ୍ଠା ଉତ୍ସବ । ଏନେଇ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Ganjam Tara Tarini Temple Foundation Ceremony From Tomorrow

୧୫ତାରିଖ ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ, ୧୬ ତାରିଖରେ ଜଳଯାତ୍ରା, ଯଜ୍ଞ ଆରମ୍ଭ ସହ ୧୭ତାରିଖ ସୂର୍ଯ୍ୟପୂଜା, ବ୍ରାହ୍ମଣ ବରଣ କରାଯିବ । ୧୮ରେ ଦଶ ମହାବିଦ୍ୟା, ତ୍ରିଶୁଳ, ଧ୍ୱଜ ଓ ଦେବତା ସ୍ନାନ କରାଯାଇ ୧୯ରେ ଦେବତା ଓ ଆୟୁଦ୍ଧ ଧ୍ୱଜ ନାଶ ଏବଂ ଶେଷଦିନରେ ଧ୍ୱଜ, ପାର୍ଶ୍ୱ ଦେବତା, ସ୍ଥାପନ ସହ ଅଖଣ୍ଡ ନାମଯଜ୍ଞ, ଘ୍ରୁତଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ୬ ଦିନିଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ ବ୍ରାହ୍ମଣ, ସନ୍ଥ, ଭକ୍ତଙ୍କ ସମାଗମ ହେବ ।