୬ ଦିନରେ ଗଞ୍ଜାମ ଜିଲ୍ଲାରୁ ୪୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୬ ଦିନରେ ଜିଲ୍ଲାରୁ ୪୭ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ୍ ଶେଷ ସୁଦ୍ଧା ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ମେ ପ୍ରଥମ ସପ୍ତାହରେ ରେଡ୍ ଜୋନକୁ ଚାଲି ଆସିଛି ।

ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍

ମେ ୨ ତାରିଖରେ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୪ ତାରିଖରେ ଗୋଟିଏ ପଜିଟିଭ୍ କେସ୍ ଆସିଥିଲେ । ୫ ତାରିଖରେ ଅନ୍ୟ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୬ ତାରିଖରେ ୧୭ଟି ସଂକ୍ରମିତ କେସ୍ ଆସିଥିଲା ଗଞ୍ଜାମ ଜିଲ୍ଲାରୁ । ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା ।

୭ ତାରିଖରେ ଜିଲ୍ଲାରେ ୨୬ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏମାନେ ମଧ୍ୟ ବାହାର ରାଜ୍ୟ ବିଶେଷ କରି ସୁରତ ଫେରନ୍ତା ବୋଲି ଜଣାପଡ଼ିଛି । ରାଜ୍ୟରେ ୨୪୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ ମାମଲାରୁ ଗଞ୍ଜାମ ଜିଲ୍ଲାର ଅଂଶ ୧୯.୨ ପ୍ରତିଶତ ।

ଏବେ ରାଜ୍ୟରେ ୨୪୫ଟି ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୬୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୮୧ଟି ସକ୍ରିୟ ସଂକ୍ରମିତ କେସ୍ ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

Leave a Reply