ବିନା ଟିକା ପ୍ରମାଣପତ୍ରରେ ଦିଅଁ ଦର୍ଶନ ମନା

ବ୍ରହ୍ମପୁର: ଓମିକ୍ରନ ମୁକାବିଲା ନେଇ ତତ୍ପର ଗଞ୍ଜାମ ଜିଲା ପ୍ରଶାସନ । ବିନା ଟିକାକରଣ ପ୍ରମାଣ ପତ୍ରରେ ମନ୍ଦିର ମଧ୍ୟରେ ପ୍ରବେଶ ମନା । ବସରେ ଯାତ୍ରୀ ଟିକାକରଣ ପ୍ରମାଣପତ୍ର ଦେଖାଇ ଯାତ୍ରା କରିବାକୁ ବସ୍ ଆସୋସିଏସନକୁ ଜଣାଇବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ସପ୍ତାହକ ମଧ୍ୟରେ ଜିଲ୍ଲାର ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ନିର୍ଦେଶ । ଏମକେସିଜିରେ ୯୦ ଅକ୍ସିଜେନ୍ ଯୁକ୍ତ ଶଯ୍ୟା ପ୍ରସ୍ତୁତ । ଭଞ୍ଜନଗର, ହିଞ୍ଜିଳି, ଆସିକା ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଅକ୍ସିଜେନଯୁକ୍ତ ଶଯ୍ୟା ପ୍ରସ୍ତୁତ ଅଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୫୦ଟି ଅକ୍ସିଜେନ ରହିତ ଶଯ୍ୟା ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ ଦେଇଛି ।

ଅନ୍ୟ ପକ୍ଷରେ ସୋମବାରଠାରୁ ବନ୍ଦ ରହିବ ଜଗା ଦର୍ଶନ  । ଶ୍ରୀଜିଉଙ୍କୁ ଦର୍ଶନ କରିବା ଉପରେ ଲାଗିଲା ରୋକ  ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ମନ୍ଦିର  । ସଂଧ୍ୟାରେ ଛତିଶାନିଯୋଗ ବୈଠକ ବସିଥିବାବେଳେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ସେବାୟତଙ୍କ ପ୍ରସ୍ତାବକ୍ରମେ ଜାନୁୟାରୀ ୩୧ ଯାଏଁ ଜଗା ଦର୍ଶନ ବନ୍ଦ ରହିବ  । ଭର୍ଚୁଆଲ ମୋଡରେ ଏହି ବୈଠକ ଆହୁତ ହୋଇଥିଲା  । ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି  । ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଦୈନିକ ବୃଦ୍ଧି ଘଟୁଥିବାବେଳେ ଓମିକ୍ରନ କେସ ମଧ୍ୟ ବଢି ଚାଲିଛି  ।

ତେବେ ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଶନିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ନେଇ ଅସମ୍ଭବ ଭିଡ଼ ଜମିଥିଲା ।

ଏଥିସହିତ ପଢ଼ନ୍ତୁ: ରାଜଧାନୀର କାନ୍ଥରେ ଶୋଭା ପାଉଛି ପୁରୁଣା ସିନେମାର ଅଭୁଲା ସ୍ମୃତି

 

 

Leave a Reply