spot_img

Latest Posts

କଞ୍ଚାମାନ ଅଭାବରୁ ବୁଡିବାକୁ ବସିଲାଣି କୌଳିକ ବୃତ୍ତି, ସରୁନି ପିତ୍ତଳ କାରିଗରଙ୍କ ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ: ପିତଳ କାମ ପାଇଁ ପରିଚୟ ପାଇବ ମାମୁଡିହ ଗାଁ। ଗାଁରେ ଶତାଧିକ ପରିବାର କଂସା ବାସନ ତିଆରି କରନ୍ତି। ଦୀର୍ଘ ଦିନ ଧରି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଏମାନେ ପରିଶ୍ରମ କରୁଥିବା ବେଳେ ଏବେ କଞ୍ଚାମାଲର ସମସ୍ଯା ଦେଖାଦେଇଛି। ବିକ୍ରି ପାଇଁ ବଜାର ବ୍ଯବସ୍ଥା ନଥିବାରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପ୍ରଶାସନଙ୍କ ନିକଟରେ ତୁରନ୍ତ ସମସ୍ଯା ସମାଧାନ ନେଇ ଦାବି ହୋଇଛି।

ଗଞ୍ଜାମ ଆସିକା ବ୍ଲକର ମାମୁଡିହ ଗାଁ । ଗାଁରେ ୨୫୦ ପରିବାର ବସବାସ କରୁଥିବା ବେଳେ ସେଥିରୁ ୧୨୦ ପରିବାର ହାତ ତିଆରି କଂସା ପିତଳ ସମେତ ବିଭିନ୍ନ ଘରକରଣ ସାମଗ୍ରୀ ତିଆରି କରିଥାନ୍ତି । କିନ୍ତୁ ବିକ୍ରି କରିବାକୁ ଏମାନଙ୍କ ପାଇଁ ବଜାର ଅଛି ନାଁ କଞ୍ଚା ମାଲ ମିଳୁଛି। ସେପଟେ ବିକ୍ରି କରିବାକୁ ଗଲେ GST କଟ କଣା। ଏଭଳି ସ୍ଥିତିରେ କାରିଗର ମାନେ ନିଜ ନିଜ କୌଳିକ ବୃର୍ତ୍ତିକୁ ବଞ୍ଚାଇବା ପାଇଁ  ସଂଘର୍ଷ କରୁଛନ୍ତି । ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ହୋଇଛି।

ଦିନ ଥିଲା ମାମୁଡିହ ଗାଁ କଂସା ପିତଳ ପାଇଁ ସୁନାମ ଅର୍ଜନ କରିଥିଲା। ଗାଁକୁ ଏବେ ପିତଳ ଟୁରିଜିମ ମାନ୍ୟତା ମିଳିବାକୁ ଯାଉଛି। ଆଗକୁ ଗାଁର ବଦଳିଯିବ ମାନଚିତ୍ର l କିନ୍ତୁ ପିତଳ କାରିଗର ମାନଙ୍କ ଯେଉଁ ସମସ୍ୟା ରହିଛି ସରକାର ପ୍ରଥମେ ସେକଥା ବୁଝନ୍ତୁ ବୋଲି କାରିଗର ମାନେ ଦାବି କରିଛନ୍ତି।

 

Latest Posts

Don't Miss