ସୁରଟରୁ ବାହାରିଲେ ଆନ୍ଧ୍ରରେ ଟ୍ରେନରୁ ଖସିପଡିଲେ, ଗଞ୍ଜାମରେ ପହଞ୍ଚିଲା ମୃତଦେହ

ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ପରିବାର ଲୋକଙ୍କ ନିବେଦନ ପରେ ସ୍ଥାନୀୟ ପ୍ରଶାସନର ସହାୟତାରେ ଜନ୍ମମାଟିକୁ ଫେରିଲା ମୃତଦେହ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଖାଲିଙ୍ଗିର ଶରତ ପ୍ରଧାନଙ୍କ ବଡ଼ ପୁଅ ଜିତେନ୍ଦ୍ର ସୁରଟରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଆନ୍ଧ୍ର ପ୍ରଦେଶର ରାଜ୍ ମହେନ୍ଦ୍ରୀରେ ଅସାବଧାନତାରୁ ଟ୍ରେନ୍‌ରୁ ଖସିପଡ଼ିଥିଲେ ।

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାରର ନିବେଦନ ପରେ ମୃତଦେହ ଗାଁକୁ ଆସିଛି । ସାନଖେମୁଣ୍ଡି ତହସିଲଦାର ପହଂଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ସହାୟତାର ହାତ ବଢ଼।ଇଛନ୍ତି । ରୋଜଗାରିଆ ପୁଅର କମ୍ ବୟସରେ ମୃତ୍ୟୁକୁ ନେଇ ପରିବାରରେ ଦୁଃଖର କଳାବାଦଲ ଘୋଟିଯାଇଛି ।