ଅବହେଳିତ ଅବସ୍ଥାରେ ଦ୍ଵିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିର
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ଚଳନ୍ତି ଠାକୁର ଶ୍ରୀ ଜଗନ୍ନାଥ ।ପ୍ରକୃତି କୋଳରେ ପାହାଡ ପରିବେଷ୍ଟିତ ପୁରୀ ଶ୍ରୀମନ୍ଦିର ପରି ଜଗନ୍ନାଥ ମନ୍ଦିର। ନୀତି କାନ୍ତି ବି ସମାନ ରହିଛି । ରାଜ୍ୟ ସରକାରଙ୍କ ଅବହେଳାରୁ ଗଞ୍ଜାମ ଖଲ୍ଲିକୋଟର ଦ୍ବିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିର ଅବହେଳିତ ହୋଇ ପଡ଼ିରହିଛି । ପୁରୀ ଜଗନ୍ନାଥ ମନ୍ଦିର ପରି ପ୍ରତିକୃତି ସହ କାରୁକାର୍ଯ୍ୟ ନୀତିକାନ୍ତି ଥିବା ବେଳେ ଆଜି ଜରାଜିନ୍ନ ହୋଇ ପଡ଼ିରହିଛି । ୧୭୩୦ ଖୀଷ୍ଟାଦ୍ଧରୁ ଖଲିକୋଟରେ ନିର୍ମାଣ ହୋଇଛି ଏହି ଜଗନ୍ନାଥ ମନ୍ଦିର ମନ୍ଦିର । ଦେବତ୍ତୋର ବିଭାଗର ଅଣଦେଖା ଯୋଗୁଁ ଅବହେଳିତ ହୋଇ ଜରାଜୀନ୍ନ ହୋଇ ପଡ଼ିରହିଛି ମନ୍ଦିର । ଯାହାକୁନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି।
ଅବହେଳିତ ଅବସ୍ଥାରେ ଦ୍ଵିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିର । ଲତା ବୁଦାରେ ପରିପୂର୍ଣ୍ଣ ହୋଇଛି ମନ୍ଦିର ପରିସର । ଧିରେ ଧିରେ ଭାଙ୍ଗିବାକୁ ବସିଲାଣି ମନ୍ଦିର । ଜଗନ୍ନାଥ ମନ୍ଦିର ଚୁଡା ଭାଗରେ ବର୍ଷା ହେଲେ ମନ୍ଦିର ଭିତରେ ପାଣି ଝରୁଛି । ଦେବୋତ୍ତର ବିଭାଗର ଅବହେଳା ଯୋଗୁଁ ମନ୍ଦିର ଏବେ ଜରାଜୀନ୍ନ ହୋଇପଡ଼ିଛି । ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିର ଭାବେ ଗଞ୍ଜାମ ଜିଲ୍ଲାର ଖଲିକୋଟ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ରହିଛି । ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ନଷ୍ଟ ହେବାକୁ ବସିଛି । ଯାହାକୁନେଇ ଜଗନ୍ନାଥ ପ୍ରେମିକଙ୍କ ମନରେ ଗଭୀର ଆଘାତ ଲାଗିଛି। ଶ୍ରୀଜଗନ୍ନାଥ ମନ୍ଦିରର ଗୁମୁଟରୁ ଏକ ଦେଢ଼ କିଲୋ ଓଜନର ପଥର ଖସି ପଡ଼ିଥିଲା। ଏହା ସହିତ ଗତ ଦୁଇ ବର୍ଷ ତଳେ ସିଂହଦ୍ୱାର ଗୁମୁଟରୁ ସାତ କିଲୋ ଓଜନର ପଥର ଖସିଥିଲା। ଧିରେ ଧିରେ ମନ୍ଦିର ଭାଙ୍ଗିବାକୁ ବସିଥିବା ବେଳେ ସ୍ଥାୟିତ୍ବକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ଗଞ୍ଜାମ ଜିଲ୍ଲା ମାନଚିତ୍ରରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ରତା ରହିଛି । ଖଲିକୋଟ ସହର ଠାରୁ ଅନତି ଦୂରରେ ରହିଛି ପର୍ଯ୍ୟଟନ ସ୍ଥଳୀ ନିର୍ମଳ ଝର ସହ ନାରାୟଣୀ ମନ୍ଦିର ଓ କାଳିଜାଇ ମନ୍ଦିର । ୧୭୩୦ ଖୀଷ୍ଟାଦ୍ଧରେ ଏହି ଜଗନ୍ନାଥ ମନ୍ଦିରକୁ ନିର୍ମାଣ କରାଇଥିଲେ ଖଲ୍ଲିକୋଟ ଗଡ଼ର ରାଜା । ପୁରୀ ଶ୍ରୀମନ୍ଦିର ପରି ଏହି ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ହୋଇଥାଏ । ପତ୍ନତତ୍ତ୍ଵ ଯୁଗର ଏହି ମନ୍ଦିର ଏବେ ଅବହେଳିତ ଏବସ୍ଥାରେ ରହିଛି । ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ମହଲରେ ଦାବି ପରେ ପ୍ରଶାସକ ଓ ଏପରି କି ପୁରୀ ଗଜପତି ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକମାନେ ପରିଦର୍ଶନ କରି ଫେରିଛନ୍ତି । ମନ୍ଦିର ଭାଙ୍ଗିବାକୁ ବସିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଆଖିଆଢୁଆଳରେ ପଡୁନଥିବା ଅଭିଯୋଗ ହୋଇଛି ।
ଦିନକୁ ଦିନ ମନ୍ଦିର କ୍ଷୟହୋଇ ଚାଲିଛି । କେବଳ ମୁଖ୍ୟ ମନ୍ଦିରର ଅଁଳାଶ୍ରୀକୁ ମରାମତି କରାଯାଇଛି । ଦିନକୁ ଦିନ ମନ୍ଦିରର ସୁରମ୍ୟ ଖଚିତ ଭାସ୍କର୍ଯ୍ୟ ନଷ୍ଟ ହେବାକୁ ବସିଥିବା ବେଳେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ଫଳରେ ମର୍ଦ୍ଦରାଜ ବଂଶର ଏହି ଅକ୍ଷୟ କୀର୍ତ୍ତି ଦିନେ ମାଟିରେ ମିଶିବାର ସମ୍ଭାବନା ଦେଖାଦେଇଛି ।