ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ମେଡିକାଲ ନେଲେ ଜିଲ୍ଲାପାଳ

ଆସିକା: ଗଞ୍ଜାମ ଜିଲ୍ଲା ଶେରଗଡ଼ ମାରୁଡ଼ି ଛକରେ ଦୁର୍ଘଟଣା । ସକାଳେ ଏକ ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଗୁରୁତର ଆହତ ହୋଇଥିଲେ ଜଣେ ଯୁବକ । ସେତିକି ବେଳେ ଗଞ୍ଜାମ ଜିଲ୍ଲାପାଳ ସେହି ବାଟରେ ଏକ କାର୍ଯ୍ୟକ୍ରମ ସାରି ଫେରୁଥିଲେ । ଆଉ ଲୋକଙ୍କ ଜାମ୍ ଦେଖି ଗାଡ଼ିରୁ ଓହ୍ଲାଇ ଦେଖିଥିଲେ ରାସ୍ତା ଉପରେ ଛିଟକି ପଡ଼ିଛନ୍ତି ଆହତ ଜଣଙ୍କ । ଲୋକଙ୍କ ଗହଳି ଅଛି ହେଲେ, କେହି ମେଡିକାଲ ନେଉନାହାନ୍ତି ।ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଜିଲ୍ଲାପାଳ ତୁରନ୍ତ ଆହତ ଯୁବକଙ୍କୁ ନିଜ ଗାଡ଼ିରେ ଆଣି ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକ ବେଶ୍ ପ୍ରଂଶସା କରୁଛନ୍ତି ।

Leave a Reply