ଧରାକୋଟ ବ୍ଲକର ୪ ଶିକ୍ଷକଙ୍କ ବିରୋଧରେ ଏତଲା ରୁଜୁ ପାଇଁ ନିର୍ଦ୍ଦେଶ
1 min readବ୍ରହ୍ମପୁର: ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବା ମହଙ୍ଗା ପଡ଼ିଛି । ଧରାକୋଟ ବ୍ଲକରେ ଶିକ୍ଷକତା କରୁଥିବା ୪ ଜଣ ଶିକ୍ଷକଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଦୀର୍ଘ ବର୍ଷ ହେଲା ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ୪ ଜଣ ଶିକ୍ଷକ ଚାକିରି କରି ଆସୁଥିଲେ । ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ, ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଓ ପୋଲିସର ମିଳିତ ଯାଞ୍ଚ ପରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇଥିବା ଜଣାପଡ଼ିଥିଲା ।
୪ ଶିକ୍ଷକ- ସନ୍ତୋଷ କୁମାର ନାହାକ, ପ୍ରଜ୍ଞା କୁମାରୀ ଗୌଡ଼, ଅମରେଶ ଚନ୍ଦ୍ର ପଣ୍ଡା ଓ ନାରାୟଣ ବେହେରା । ସନ୍ତୋଷ ମାଣିକପୁର ସ୍କୁଲରେ ସହକାରୀ ଶିକ୍ଷକ ଥିବାବେଳେ ପ୍ରଜ୍ଞା ବରଡ଼ାବାଲି ସ୍କୁଲରେ କନିଷ୍ଠ ଶିକ୍ଷକ ଅଛନ୍ତି । ଅମରେଶ ତନର୍ଜିପାଲି ସ୍କୁଲରେ ଓ ନାରାୟଣ ଝିଲିମିଲି ସ୍କୁଲରେ କନିଷ୍ଠ ଶିକ୍ଷକ ଅଛନ୍ତି । ଏମାନଙ୍କ ବିରୋଧରେ ଏତଲା ଦେବା ପାଇଁ ଜିଲ୍ଲାପାଳ ଧରାକୋଟ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଭାଗୀୟ ପ୍ରୋସିଡିଂ ପାଇଁ ଡିସିପିଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ')}