ଖୋଲାରହିବ ସୀମିତ ସଂଖ୍ୟକ ଔଷଧ ଦୋକାନ : ପୌରାଞ୍ଚଳରେ ଅଟୋ ମାଧ୍ୟମରେ ବିକ୍ରି ହେବ ପରିବା ଓ ଗ୍ରୋସରୀ
ବ୍ରହ୍ମପୁର: ୧୯ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ଡାଉନ୍ ହେବ ଗଞ୍ଜାମ ଜିଲ୍ଲା । ରବିବାର ଦିନ ୧୨ଟାରୁ ସୋମବାର ସକାଳ ୭ଟା ଯାଏଁ ସଟଡାଉନ୍ ରହିବ । ବନ୍ଦ ରହିବ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ । ରବିବାର ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ କିଣିପାରିବେ ଗ୍ରୋସରୀ ସାମଗ୍ରୀ । ନ୍ୟାସନାଲ ଡିଜାଷ୍ଟର ମ୍ୟାନ୍ଜେମେଣ୍ଟ ଆକ୍ଟ ୨୦୦୫ ଓ ଏପିଡେମିକ୍ ଡିଜାଷ୍ଟର ଆକ୍ଟ ୧୮୯୭ ଆଧାରରେ ଏହି ସବୁ ନିୟମ ଲାଗୁ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ମୋଟର ସାଇକେଲ୍ର ବ୍ୟବହାର ନକରି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ନେଇ ପାରିବେ ଜନସାଧାରଣ । କୌଣସି ବି ପରିସ୍ଥିତିରେ ମୋଟର ସାଇକେଲ୍ ଆରୋହୀକୁ ରାସ୍ତା ଉପରକୁ ଆସିବାକୁ ଦିଆଯିବ ନାହିଁ ।
ପୌରାଞ୍ଚଳ ଗୁଡ଼ିକରେ ଅଟୋ ମାଧ୍ୟମରେ ପରିବା ଓ ଗ୍ରୋସରୀ ସାମଗ୍ରୀ ଘରକୁ ଘର ବିକ୍ରି କରାଯିବ । ତେବେ ସୀମିତ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିବ । ଏହି ସମୟରେ ପ୍ରାତଃ ଭ୍ରମଣ ପାଇଁ ଆସୁଥିବା ବୟସ୍କଙ୍କୁ ମଧ୍ୟ ଘରୁ ବାହାରିବାକୁ ବାରଣ କରାଯାଇଛି । ସଟ୍ଡାଉନ୍ ସମୟରେ ସେମାନେ ଘରୁ ବାହାରକୁ ଆସିଲେ ବାଧ୍ୟତାମୂଳକଭାବେ କ୍ୱାରେଣ୍ଟାଇନ୍କୁ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।