୨ ପଜିଟିଭ୍ ଚିହ୍ନଟ ହେବା ପରେ ଅରେଞ୍ଜ ଜୋନ୍ରେ ସାମିଲ ହେଲା ଗଞ୍ଜାମ ଜିଲ୍ଲା, ପଢ଼ନ୍ତୁ ଆପଣଙ୍କ ଜିଲ୍ଲା କେଉଁ ଜୋନ୍ରେ
ବ୍ରହ୍ମପୁର:ରାଜ୍ୟ ସରକାରଙ୍କ ପକ୍ଷରୁ ଜାର ହୋଇଛି ନୂଆ ଜୋନ୍ ତାଲିକା । ଏଥିରେ ୧୧ଟି ଜିଲ୍ଲା ଅରେଞ୍ଜ ଜୋନ୍ରେ ସାମିଲ ହୋଇଥିବା ବେଳେ ୧୯ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଛି । ଏଥିରେ ପୂର୍ବରୁ ଗ୍ରୀନ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜିଲ୍ଲାରେ ସାମିଲ କରାଯାଇଛି । ଗତକାଲି ସୁଦ୍ଧା ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ରବିବାର ୨ ଜଣ ସୁରତ୍ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟ ସରକାର ଜୋନ୍ ତାଲିକାରେ ପରିବର୍ତ୍ତନ କରିବା ସହ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଜୋନ୍ରେ ସାମିଲ କରିଛନ୍ତି । ଅପରପକ୍ଷରେ ଭୁବନେଶ୍ୱର ମହାନଗର ନିଗମକୁ ରେଡ୍ ଜୋନ୍ରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନ୍ରେ ସାମିଲ ହେବା ପରେ ଗ୍ରୀନ୍ ଜୋନ୍ ଯୋଗୁଁ ଯେଉଁ ସବୁ କଟକଣାରେ କୋହଳ ହୋଇଥିଲା ତାହା ବଳବତ୍ତର ରହିବ ନାହିଁ । ଗଞ୍ଜାମ ଜିଲ୍ଲାରେ ସୋମବାର ଠାରୁ ଅରେଞ୍ଜ ଜୋନ୍ ଅନୁଯାୟୀ କଟକଣା ଲାଗୁ ହେବ ।
ରେଡ୍ ଜୋନ୍ ତାଲିକା
ବାଲେଶ୍ୱର, ଭଦ୍ରକ, ଯାଜପୁର, ଭୁବନେଶ୍ୱର ମହାନଗର ନିଗମ
ଅରେଞ୍ଜ ଜୋନ୍ ତାଲିକା
ଖୋର୍ଦ୍ଧା (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲା ।
ଗ୍ରୀନ୍ ଜୋନ୍ ତାଲିକା
ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ୱଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଓ ପୁରୀ ଜିଲ୍ଲା