ଦଣ୍ଡ ଯାତ୍ରା ବଦଳରେ ରେକର୍ଡ ଡ୍ୟାନ୍ସ, ଷ୍ଟେଜରେ ଘଟିଲା ଗଣ୍ଡଗୋଳ

1 min read

ବ୍ରହ୍ମପୁର: ଦଣ୍ଡ ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ ଷ୍ଟେଜରେ ଗଣ୍ଡଗୋଳ । ଭଞ୍ଜନଗର ଥାନା ନୂଆଁ ମହୁଲିଆ ଗାଁର ଘଟଣା । ଗତକାଲି ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଘୁମୁସର ନୂଆଁ ଗାଁର କଳାକାର ମାନେ ନୂଆଁ ମହୁଲିଆ ଗାଁରେ ଦଣ୍ଡନାଚ ଷ୍ଟେଜରେ ରେକଡ୍ ଡ୍ୟାନ୍ସ କରୁଥିଲେ । ହଟାତ୍ କିଛି ଯୁବକ କଳାକାର ମାନଙ୍କୁ ଷ୍ଟେଜ ଉପରେ ଚଢ଼ି ଠେଲାପେଲା କରିଥିଲେ ।

ଯୁବକକୁ ବୁଝେଇବା ପାଇଁ ଅନ୍ୟ ଏକ ଗୋଷ୍ଠୀ ଷ୍ଟେଜରେ ଚଢିବାରୁ ପରିସ୍ଥିତି ନିୟନ୍ତ୍ରଣ ହେବା ପରିବର୍ତ୍ତେ ଖଣ୍ଡ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ଠେଙ୍ଗା ବାଡିରେ ହୋଇଥିଲା ଆକ୍ରମଣ ଓ ପ୍ରତି ଆକ୍ରମଣ l ଉଭୟ ଗୋଷ୍ଠୀରୁ ୧୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀର ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଗଣ୍ଡଗୋଳ ପରେ ନାଚ ବନ୍ଦ ହୋଇଥିବା ବେଳେ କଳାକାର ଫେରିଯାଇଥିଲେ ।