କଠୋର ହେଲା ଗଞ୍ଜାମ ପ୍ରଶାସନ, ସଦର ମହକୁମା ଛାଡ଼ିବାକୁ ସରକାରୀ କର୍ମଚାରୀଙ୍କୁ ବାରଣ

1 min read
Ganjam Collector Directs All Govt Employee Not To Leave Headquarters Without Permissions

ଗଞ୍ଜାମ: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ । କଟକଣା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି ।

https://twitter.com/Ganjam_Admin/status/1383724732760027138

ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପଟେ ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ । ଏସବୁକୁ ଦୃଷ୍ଟିରେ ରଖି ସଦର ମହକୁମାରେ ରହିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Ganjam Collector Directs All Govt Employee Not To Leave Headquarters Without Permissions

ଗତ ୨୪ ଘଣ୍ଟାରେ ଗଞ୍ଜାମରେ ୬୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଜିଲ୍ଲାରେ ୨୨ ହଜାର ୫୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୯୩୧ ଜଣ ସୁସ୍ଥ ହୋଇଛନ୍ତି । ୨୫୧ ଜଣ କୋଭିଡ୍ ପ୍ରାଣ ହରାଇଥିବା ବେଳେ ଜିଲ୍ଲାରେ ୩୫୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଜିଲ୍ଲାରେ ୨୦୨୦ ଜୁଲାଇ ୨୭ରେ ସର୍ବାଧିକ ୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କରୋନାର ପ୍ରଥମ ପ୍ରବାହରେ ଜିଲ୍ଲା ରେଡ୍ ଜୋନରେ ଥିଲା ।

Leave a Reply