ବ୍ରିଜରୁ ଖସି ବାଳକ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ

ଗଞ୍ଜାମ: ବ୍ରିଜରୁ ପାଣିକୁ ଖସି ବାଳକ ନିଖୋଜ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ନିକଟ ଜଗତା ବ୍ରିଜରେ ଘଟିଛି ଅଘଟଣ । ନିଖୋଜ ବାଳକ ହେଲେ ରାଣୀପଡ଼ା ଗାଁର ଆକାଶ ନାୟକ । ଗାଧୋଇ ଯାଇଥିବା ବେଳେ ଘଟିଛି ଏହି ଘଟଣା । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ଆକାଶଙ୍କ ପତ୍ତା ମିଳିନାହିଁ ।
ଘରେ ଗାଧୋଇଯିବା କହି ବାହାରିପଡ଼ିଥିଲେ ଆକାଶ । କିନ୍ତୁ ଦୀର୍ଘ ସମୟ ହେବ ଆଉ ଘରକୁ ଫେରିନଥିଲେ । ସେପଟେ ଆକାଶ ଗାଧୋଇଯାଇଥିବା ସମୟରେ ଏପରି ଅଘଟଣ ଘଟିଥିବା ନେଇ ପରିବାର ଲୋକ ପରେ ଅବଗତ ହୋଇଥିଲେ । ଅଭିଯୋଗ ପାଇବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି ଜାରି ରଖିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିକୋଜ ବାଳକର କୌଣସି ଖୋଜ ଖବର ମିଳି ପାରିନାହିଁ ।