ତାରାତାରିଣୀଙ୍କ ଦର୍ଶନ କରିପାରିବେ ନାହିଁ ବାହାର ଲୋକ, କେବଳ ସ୍ଥାନୀୟ ଲୋକଙ୍କୁ ଅନୁମତି

ଗଞ୍ଜାମ: ଜିଲ୍ଲାରେ ବୃଦ୍ଧି ଘଟିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଦୈନିକ ସଂକ୍ରମଣ ରବିବାର ୮୦ ଟପିଛି । ଯାହାକୁ ନେଇ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ମା ତାରାତାରିଣୀଙ୍କ ଦର୍ଶନ ଉପରେ ରୋକ ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ ପରିସ୍ଥିତି ବିଗୁଡୁ ଥିବାରୁ ଦର୍ଶନ କରିବାକୁ ଲଗାଯାଇଛି ରୋକ । କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ ଏବଂ ତାହା ପୁଣି କଟକଣା ଅନୁଯାୟୀ ବୋଲି କହିଛି ପ୍ରଶାସନ ।

ମନ୍ଦିରକୁ ବାହାର ଅର୍ଥାତ ଜିଲ୍ଲା ବାହରୁ ଆସୁଥିବା ଲୋକଙ୍କୁ ଛଡା ଯିବନାହିଁ ବୋଲି ସିଧାସଳଖ କହିଛନ୍ତି ଜିଲ୍ଲାପାଳ । ସେହିପରି ମନ୍ଦିରକୁ ଆସୁଥିବା ସମସ୍ତ ଯାନବାହାନ ବନ୍ଦ ରଖାଯିବ । ଆଜି ରାତିରୁ ସମସ୍ତ ଛକରେ କୋଭିଡ କଟକଣା କଡାକଡି ହେବା ସହ ଚେକିଂ ମଧ୍ୟ କରାଯିବ । ଜାନୁଆରୀରୁ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ତେଣୁ ଜିଲ୍ଲା ବାସୀ ସତର୍କ ଏବଂ ସଚେତନ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ।

Leave a Reply