ଶବ ଛୁଇଁଲେନି ସମ୍ପର୍କୀୟ, ପ୍ରଶାସନ କଲା ସତ୍କାର

Ganjam Administration Helped Family For Body Cremation

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁରେ ଅଭାବନୀୟ ଘଟଣା । ବୃଦ୍ଧଙ୍କ ମୃତ୍ୟ ପରେ ଶବ ଛୁଇଁଲେନି ସମ୍ପର୍କୀୟ କିମ୍ବା ଗ୍ରାମବାସୀ । ଦୀର୍ଘ ୧୦ ଘଣ୍ଟା ମୃତଦେହ ଘରେ ପଡ଼ି ରହିବା ପରେ ପ୍ରଶାସନ ସହଯୋଗରେ ମୃତଦେହ ସତ୍କାର କରାଯାଇଛି । ୩ ଝିଅ ରାମ ନାମ ସତ୍ୟ ହେ କହି ଘରୁ ଶବ ଆଣି ପ୍ରଶାସନକୁ ହସ୍ତାନ୍ତର କରିବା ପରେ ରାତିରେ ମୃତଦେହ ଦାହ କରାଯାଇଛି ।

Ganjam Administration Helped Family For Body Cremation

ଶନିବାର ଲଙ୍ଗଳେଶ୍ୱର ଗାଁର ଟୁକୁନା ସୁର ମୃତ୍ୟ ବରଣ କରିଥିଲେ । ଟୁକୁନା ଆଗରୁ କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ହାଇଟେକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେଲା ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତକାଲି କୌଣସି କାରଣ ବଶତଃ ତାଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ କୋଭିଡ୍ ଭୟରେ ଶବ ସତ୍କାର କରିବାକୁ କେହି ଗ୍ରାମବାସୀ ଓ ସମ୍ପର୍କୀୟ ଆସିନଥିଲେ । ଶେଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ ପ୍ରଧାନ ପହଞ୍ଚି ଶବ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ ।

Ganjam Administration Helped Family For Body Cremation

ଟୁକୁନାଙ୍କ ତିନିଝିଅ ମୃତଦେହକୁ ଘର ଭିତରୁ କାନ୍ଧରେ ଆଣି ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ପ୍ରଶାସନ ପକ୍ଷରୁ ରାଜସ୍ୱ ନିରୀକ୍ଷକ ରମେଶ ଚନ୍ଦ୍ର ଜେନା, ମୀନକେତନ ଶବର, ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳଙ୍କ ସହ ଯୁବ ନେତା ପ୍ରଶାନ୍ତ ସାହୁ, କାର୍ତ୍ତିକ ସାହୁ, ସାମାଜିକ କର୍ମୀ ରବୀନ୍ଦ୍ରନାଥ ପ୍ରସାଶନକୁ ସହେଯାଗ କରିଥିଲେ ।

Leave a Reply