୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍…

କୋରାପୁଟ: ୭୦ଲକ୍ଷ ଟଙ୍କାର ଉର୍ଦ୍ଧ୍ୱ ଗଞ୍ଜେଇ ଧରିବାରେ ସଫଳ ହୋଇଛନ୍ତି କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ । ଶନିବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ସୂତ୍ରରୁ ମାଛକୁଣ୍ଡ ପୁଲିସ ଗଞ୍ଜେଇ ଚାରା ଚାଲାଣ ହେଉଥିବା ଖବର ପାଇଥିଲେ । ସୂଚନା ଆଧାରରେ ପୁଲିସ ଅନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଜୟପୁରକୁ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ଏକ ନମ୍ବର ବିହୀନ ବୋଲେର ପିକୋପ ଗାଡିକୁ ପିଛା କରିଥିଲା ।

ମାଛକୁଣ୍ଡ ଠାରୁ ପ୍ରାୟ ୫କିଲୋମିଟର ଦୂର ଘଡାବେଡା ବ୍ରିଜ ନିକଟରେ ପୁଲିସ ଏହି ଗାଡିକୁ ଜବତ କରିବାରେ ସଫଳ ହୋଇଥିଲେ । ଅନ୍ୟ ପଟେ ଅନ୍ଧାରର ସୁଯୋଗ ନେଇ ଗାଡି ଡ୍ରାଇଭର ଜଣକ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ  । ପରେ ମାଛକୁଣ୍ଡ ପୁଲିସ ଜବତ ଗଞ୍ଜେଇ ଗାଡିକୁ ଥାନାକୁ ଆଣିଥିଲେ ।  ଜବତ ଗଞ୍ଜେଇର ପରିମାଣ ୭ଶହ ୧୨ କେଜି ୭୦୦ଗ୍ରାମ ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅନ୍ତରାଜ୍ୟରେ ୭୦ଲକ୍ଷରୁ ଉର୍ଦ୍ଧ୍ୱ  ହେବ ବୋଲି ମାଛକୁଣ୍ଡ ଥାନା ଅଧିକାରୀ କହିଛନ୍ତି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି । ପ୍ରତି ଦିନ ଗଞ୍ଜେଇ ମାଫିଆମାନେ ବିଭିନ୍ନ ଉପାୟ ମାଧ୍ୟମରେ ବିହାର, ଉତ୍ତର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଅଞ୍ଚଳକୁ ଚାରା ଚାଲାଣ କରୁଥିବା ଜଣାଯାଇଛି ।

Leave a Reply