ଦେହରେ ରାପ୍ ଗୁଡ଼ାଇ ଗଞ୍ଜେଇ ଚାଲାଣ

କୋରାପୁଟ: ଦେହରେ ରାପ୍ ଗୁଡ଼ାଇ ଗଞ୍ଜେଇ ଚାଲାଣର ନୂଆ ତରିକା । ୨୮ କିଲୋ ଗଞ୍ଜେଇ ସହ ଯୁବକ ଗିରଫ । ମାଫିଆଙ୍କ ଏଭଳି ନୂଆ ତରିକାକୁ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ ଧରିଛି। କୋଲକାତା ଅଞ୍ଚଳର ଜଣେ ଯୁବକ ନିଜ ଦେହରେ ସେଲୋ ଟେପ୍ ଗୁଡାଇ, ତା’ ଭିତରେ ୮ କିଲୋ ଗଞ୍ଜେଇ ରଖିବା ସହ ବ୍ୟାଗରେ ୨୦ କିଲୋ ଗଞ୍ଜେଇ ଚାଲାଣ କରୁଥିଲା । ପାଡୁଆ ଥାନା ପୋଲିସ ତାକୁ ଦଳେଇପୁଟ ଗାଁ ନିକଟରେ କାବୁ କରିଛି । ଜବତ ଗଞ୍ଜେଇ ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ସୀମାକୁ ଚାଲାଣ ହେଉଥିଲା । ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସ ଡାଳେଡାଳେ ଗଲେ ମାଫିଆ ପତ୍ରେ ପତ୍ରେ ଯାଉଥିବାରୁ ଏହା ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି।