ଗୋଟିଏ ରାତିରେ ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ                                                                                                                                                    

1 min read

କୋରାପୁଟ: କୋରାପୁଟରେ ବଢୁଛି ଗଞ୍ଜେଇ ବେପାର ଓ ଚୋରା ଚାଲାଣ । ଗୋଟିଏ ରାତିରେ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଓ ପାଡୁଆ ପୋଲିସ । ୨ଟି ସ୍ଥାନରେ ଚଢାଉ କରି ପୋଲିସ ଗଞ୍ଜେଇ ଜବତ କରିଛି । କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତି ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ଘରେ ଗଞ୍ଜେଇ ଥିବା ସୂଚନା ପାଇ ପୁଲିସ ଚଢାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଗୋବର୍ଦ୍ଧନଙ୍କ ଘରୁ ୨୭ବସ୍ତାରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ୮ କ୍ୟୁଣ୍ଟାଲ ୧୩ କେଜି ୭୦୦ ଗ୍ରାମ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ଲକ୍ଷରୁ ଅଧିକ ହେବ । ଘଟଣାରେ ପୁଲିସ କାହାରିକୁ ଗିରଫ କରି ନାହିଁ । କେବଳ ସେତିକି ନୁହେଁ ରାତି ପାଟ୍ରୋଲିଂ ବେଳେ ପାଡୁଆ ପୋଲିସ ଏକ ଗଞ୍ଜେଇ ବୋଝେଇ ଗାଡି ଜବତ କରିଛି । ବଡ ଦେବତା ଛକ ନିକଟରେ  ପୋଲିସ ଚେକିଂ ବେଳେ ଗାଡି ଚାଳକ ଓ ହେଲପର ଫେରାର ହୋଇୟାଇଛନ୍ତି । ୫ କ୍ୟୁଣ୍ଟାଲ ୨୫ କେଜି  ଗଂଜେଇ ଜବତ ହୋଇଥିବା ବେଳେ ତାର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ ରହିଛି ।

Leave a Reply