spot_img

Latest Posts

କନ୍ଧମାଳରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ବର ହୋଇ ଯାଉଥିଲା ଗଞ୍ଜେଇ, ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର: କନ୍ଧମାଳରୁ ପଶ୍ଚିମବଙ୍ଗ ଭାୟା ଭୁବନେଶ୍ବର। ଗଞ୍ଜେଇ କାରବାରରେ ବୃଦ୍ଧା ମହିଳା। ପାଉରୁଟି ଅଖା ଭିତରେ ନୀଳ ଜହର। ବସରେ ହେଉଥିଲା ଟ୍ରାନ୍ପପୋର୍ଟ। ଗଞ୍ଜେଇ ଅଖା ଭର୍ତ୍ତି ବସ୍ତା ବାସନା ନହେବା ପାଇଁ ପଡିଥିଲା ପାଉଡର। ବସ୍ତା ପିଛା ମହିଳାଙ୍କୁ ମିଳୁଥିଲା କମିଶନ। ପୋଲିସକୁ ଦେଖି ଚମ୍ପଟ ମାରିଲା ମାଷ୍ଟର ମାଇଣ୍ଡ। ଜଣେ କନ୍ଧମାଳରୁ ଆଉ ଦୁଇ ଜଣକ ଘର ପଶ୍ଚିମବଙ୍ଗ। ପୋଲିସକୁ ଚକମା ଦେଇ ଖସିଯିବାକୁ କରିଥିଲେ ଯୋଜନା। କନ୍ଧମାଳର ମହିଳା ଜଣଙ୍କ ଭୁବନେଶ୍ବରରେ ଦେଇଥାନ୍ତେ, ବରମୁଣ୍ଡା ବସଷ୍ଟାଣ୍ଡରୁ ଅନ୍ୟ ଦୁଇଜଣ ମହିଳା ପଶ୍ଚିମବଙ୍ଗ ନେଇକି ଯାଇଥାନ୍ତେ ଏହି ବସ୍ତା। ଖବର ପାଇଁ ୩ ଜଣ ମହିଳାଙ୍କୁ କାବୁ କରିଛି ଭରତପୁର ଥାନା ପୋଲିସ। ସେମାନଙ୍କ ଠାରୁ  ଦେଢ ଲକ୍ଷ ଟଙ୍କା ମୂଲ୍ୟର ୩୦ କେଜି ଗଞ୍ଜେଇ ଜବତ ହୋଇଛି।

ଧରା ପଡ଼ିଥିବା ୩ ଜଣ ମହିଳାଙ୍କୁ ପୋଲିସ ଜେରା କରିଛି। କେବେଠାରୁ  କାରବାର କରୁଥିଲେ ? ରାକେଟର ମାଷ୍ଟର ମାଇଣ୍ଡ କିଏ ? ଏଭଳି କେତେ ଜଣ ମହିଳା ଏଜେଣ୍ଟ ଅଛନ୍ତି ? ଗଞ୍ଜେଇ କାରବାରେ ନ ଧରା ପଡିବା ପାଇଁ ବୃଦ୍ଧା ମହିଳାଙ୍କୁ ନିୟୋଜିତ କରୁଛନ୍ତି ବେପାରି। କେବଳ ଏ ଗୋଟିଏ ମାମଲା ନୁହେଁ ଭୁବନେଶ୍ବରର ବିଭିନ୍ନ ଥାନାରୁ ୧୦ରୁ ଅଧିକ ମହିଳାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।

ଗଞ୍ଜେଇ ଜବତ ହେଉଛି , ଅଭିଯୁକ୍ତ ଗିରଫ ହେଉଛନ୍ତି । ଗଞ୍ଜେଇ ବେପାରୀ ଠାରୁ ମୋଟା ଅଙ୍କର କମିଶନ ନେଇ ବସରେ ଚାଲାଣ ହେଉଛି। ସଂପୃକ୍ତ ବସ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ କେବେ ହେବ ତାକୁ, ଅପେକ୍ଷା।

Latest Posts

Don't Miss