ଗଞ୍ଜେଇ ପାଇଁ ଆଦିବାସୀ- ପୋଲିସ ମୁହାଁମୁହିଁ

1 min read

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅପରେସନ୍ ସବୁଜ ଜହର । ଗଞ୍ଜେଇ ଚାଷ ହେଉଥିବା ଧରାକୋଟ ଓ ବଡ଼ଗଡ଼ ସୀମାନ୍ତ ଇଲାକାରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ। ଚଢ଼ାଉକୁ ଅଦିବାସୀଙ୍କ ବିରୋଧ । ଗଛ କାଟି ରାସ୍ତା ଅବରୋଧ। କଲେ ଆଦିବାସୀ ।

ବଡ଼ଗଡ଼ ଥାନା ଖଜୁରୀପଦା ଗାଁରେ ପୋଲିସ ଅବକାରୀ ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତରେ ଗଞ୍ଜେଇ ଚାଷ ନଷ୍ଟବେଳେ ଶତାଧିକ ଆଦିବାସୀ ପୋଲିସ ମୁହାଁ-ମୁହିଁ । ବୁଝାସୁଝା ପରେ ପୁଣି ଆରମ୍ଭ ହେଲା ଗଞ୍ଜେଇ ଅପରେସନ୍‌ ସବୁଜ ଜହର ।

ରାଜ୍ୟର ଅନ୍ୟସ୍ଥାନମାନଙ୍କରେ ମଧ୍ୟ ଗଞ୍ଜେଇ ନଷ୍ଟ ଅଭିଯାନ ଜାରି । ଗତକାଲି ରାୟଗଡ଼ା ଚାନ୍ଦପୁର ଥାନା ଅଞ୍ଚଳରେ ପୋଲିସ- ଅବକାରୀ ବିଭାଗ ପକ୍ଷରୁ ୫କୋଟି ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ । ୨୬ ଏକର ଜମିରେ ଚାଲିଥିଲା ଗଞ୍ଜେଇ ଚାଷ । ସେହିପରି ଗଜପତି ଜିଲ୍ଲା ଅଡ଼ବା ଥାନା ଗାଲିମେର ଗାଁ ନିକଟ ଜଙ୍ଗଲ ଜମି ରେ ବେଆଇନ ଗଞ୍ଜାଇ ଚାଷ କୁ ପୋଡି ନଷ୍ଟ କରିଛି ଅବକାରୀ ଓ ପୋଲିସ l ୭୪ ଏକର ଜଙ୍ଗଲ ଜମିରେ ୧୪୮୦୦୦ ଗଛ କାଟି ପୋଡି ନଷ୍ଟ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୪ କୋଟିରୁ ଉର୍ଦ୍ଧ୍ୱ ।

କନ୍ଧମାଳର ବାଲିଗୁଡ଼ା ଓ ନୂଆଗାଁ ଥାନା ଅଞ୍ଚଳରେ ମଧ୍ୟ ୨୬୦ ଏକର ଅଞ୍ଚଳରେ ଚାଲିଥିବା ଗଞ୍ଜେଇ ଗଛ କଟାଯାଇ ନଷ୍ଟ କରାଯାଇଛି । ଗୁଣୁପୁରର ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡା ପଞ୍ଚାୟତର କିଟିଙ୍ଗ୍ ଗୁଡା ଓ ଦେବରି ଗ୍ରାମ ନିକଟ ଜଙ୍ଗଲରୁ ୩ କୋଟି ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । ପୋଲିସ୍ ଓ ଅବକାରୀ ବିଭାଗ, ସିଆରପିଏଫ୍, ବନବିଭାଗ ମିଳିତରେ ଏହାକୁ ନଷ୍ଟ କରାଯାଇଛି। ୨୬ ଏକର ଜାଗାରେ ୩୯ ହଜାର ଗଛ ନଷ୍ଟ କରାଯାଇଥିବା ଜଣାପଡିଛି।

Leave a Reply