କାର ଭିତରେ ଗଞ୍ଜେଇ ସହିତ ବୋମା ଠାବ

ସମ୍ବଲପୁର: ଗଞ୍ଜେଇ ଗାଡ଼ିରେ ବୋମା । ସମ୍ବଲପୁର ଜିଲ୍ଲା ଖିଣ୍ଡା ଛକରେ କାରରୁ ଗଞ୍ଜେଇ ସହିତ ବୋମା ଠାବ । ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବମ ସ୍କ୍ବାଡ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଛି । ତେବେ ଗାଡ଼ିଟି କେଉଁଠାରୁ କେଉଁଠିକୁ ଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।