ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆରେ ବିଜେଡ଼ିର ବିକାଶ ଯାତ୍ରା

ନୟାଗଡ଼: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆରେ ବିଜେଡ଼ିର ବିକାଶ ଯାତ୍ରା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗଣିଆ ବ୍ଲକରେ ମଧ୍ୟ ଏକ ବିଶାଳ ବିକାଶ ସମାବେଶ ଆୟୋଜନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଓ ବିଶିଷ୍ଟ ଅତିଥି ଭାବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲେ । କେସି ବିଦ୍ୟାପୀଠ ଠାରୁ ଏକ ପଦଯାତ୍ରା ବାହାରି ଜଉବଙ୍ଗ ତୋଟା ନିକଟରେ ପହଞ୍ଚିଥିଲା । ପରେ ଏକ ସାଧାରଣ ସଭା ଆୟାଜନ ହୋଇଛି । ବିକାଶ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟର ସଫଳତା ସଂପର୍କରେ ଆଲୋଚନା ହୋଇଥିଲା।