ତିହାର ଜେଲରେ ଗୋଷ୍ଠୀ ସଂଘର୍ଷ, ଗ୍ୟାଙ୍ଗଷ୍ଟର ପ୍ରିନ୍ସ ତେୱାତିଆକୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଗ୍ୟାଙ୍ଗଷ୍ଟର ପ୍ରନ୍ସ ତେୱାତିଆଙ୍କ ହତ୍ୟା କରିଦିଆଯାଇଛି । ତିହାରର ଜେଲ ନମ୍ବର ୩ରେ ସନ୍ଧ୍ୟା ୫ଟାରେ ଗ୍ୟାଙ୍ଗୱାର ହୋଇଥିଲା । ଯେଉଁଥିରେ ୪ କଏଦୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପ୍ରିନ୍ସ ତେୱାତିଆଙ୍କୁ ମୃତ ଘୋଷିତ କରାଯାଇଛି । ମୃତକ ଗ୍ୟାଙ୍ଗଷ୍ଟର ପ୍ରିନ୍ସଙ୍କ ଉପରେ ପ୍ରାୟ ୧୮ରୁ ଅଧିକ ଅପରାଧିକ ମାମଲା ରୁଜୁ ଥିଲା ।

ସୂତ୍ରଙ୍କ ମୁତାବିକ ଜେଲ ନମ୍ବର ୩ରେ କୌଣସି କଥାକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ସମୟରେ ଧାରୁଆ ଅସ୍ତ୍ରରେ ଚାରି ଗ୍ୟାଙ୍ଗଷ୍ଟରଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ଗ୍ୟାଙ୍ଗଷ୍ଟର ପ୍ରନ୍ସ ତେୱାତିଆଙ୍କ ଉପରେ ୭ରୁ ୮ଥର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ସୂଚନା ପରେ ତିହାର ଜେଲ୍ ପ୍ରଶାସନ ତୁରନ୍ତ ସମସ୍ତ ଆହତଙ୍କୁ ପାଖ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା ।

ଯେଉଁଠାରେ ଚିକିତ୍ସା ସମୟରେ ତେୱାତିଆଙ୍କ ମୃତ୍ୟୁ ହୋଇଯାଇଛି । ଯେତବେଳେ କି ତିନି ଅନ୍ୟ ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି । ପୋଲିସ ମୁତାବକ ଶୁକ୍ରବାର ସନ୍ଧ୍ୟା ୫ ଟା ୧୦ ମିନିଟ ପାଖାପାଖି ପୋଲିସକୁ ଜେଲ ନମ୍ବର ୩ରେ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ସୂଚନା ମିଳିଥିଲା । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।