ଖସିଯାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ଏନକାଉଣ୍ଟର କଲା ପୋଲିସ

1 min read

ଭୁବନେଶ୍ୱର: କୁଖ୍ୟାତ ଅପରାଧି ସେକ ହାଇଦରକୁ ଏନକାଉଣ୍ଟର  । ଖସିଯିବାକୁ ଚେଷ୍ଟା କରିବାବେଳେ ହାଇଦରକୁ ପୋଲିସ ଗୁଳି କରିଥିବା ନେଇ ମିଳିଛି ସୂଚନା  । ବାରିପଦା ଜେଲକୁ ଏହି ଗ୍ୟାଙ୍ଗଷ୍ଟାରକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରିଛି ସେକ ହାଇଦର  । ପୋଲିସ କବଳରୁ ଖସି ଅନ୍ୟତ୍ର ପଳାଇଯିବାକୁ ମଧ୍ୟ ପ୍ରୟାସରତ ଥିଲା ଗ୍ୟାଙ୍ଗଷ୍ଟର ହାଇଦର  । ପୋଲିସ ଏହି ସମୟରେ ହାଇଦରକୁ ଏନକାଉଣ୍ଚର କରିଛି  ।

ସେପଟେ ଏନକାଉଣ୍ଟର ଦ୍ୱାରା ହାଇଦର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି  । ଅନ୍ୟପଟେ କିଛି ମାସ ତଳେ କଟକ ବଡ଼ ମେଡିକାଲରୁ ହାଇଦର ବିରିୟାନୀରେ ନିଶା ଔଷଧ ଦେଇ ଖସିପଳାଇବାରେ ସଫଳ ହୋଇଥିଲା  । ଏହି ଘଟଣା ସେତେବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ, ରାଜ୍ୟ ପୋଲିସକୁ ହରଡ଼ ଘଣାରେ ପକାଇଦେଇଥିଲା ଏହି ଘଟଣା  । ଏହାପରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଥିଲା  ।

ସେହିପର ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ ହୋଇଥିଲେ । ୩ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗିରଫମାନେ କଟକ SCBରୁ ହାଇଦରକୁ ଫେରାର କରିବାରେ ସହାୟତା କରିଥିଲେ । ପରେ ୧୨୦ ଘଣ୍ଟାର ସଫଳ ଅପରେସନ ପରେ ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା ।

Leave a Reply