ପରିସ୍ରା ବାହାନାରେ ଖସିଯାଉଥିଲା, ଏନକାଉଣ୍ଟରରେ ଜୀବନ ଗଲା
ଭୁବନେଶ୍ୱର: ଶୂନଶାନ ରାସ୍ତା । ଗଡ଼ି ଚାଲିଥିଲା ପୋଲିସ ଗାଡ଼ି । ଗାଡ଼ିରେ ଥିଲା ଗ୍ୟାଙ୍ଗଷ୍ଟର ହାଇଦର । କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ସିଫ୍ଟ କରାଯାଉଥିଲା । କିନ୍ତୁ ଅଧା ରାସ୍ତାରେ ଖସିଯିବାର ପ୍ଲାନ ଆଗରୁ ପ୍ରସ୍ତୁତ କରିସାରିଥାଏ ହାଇଦର । ଅଧାରାସ୍ତାରେ ପରିସ୍ରା ଯିବାକୁ କହିଥିଲା ଏହି ଗ୍ୟାଙ୍ଗଷ୍ଟର । କିନ୍ତୁ ପୋସିଲ ସୁରକ୍ଷା ଦୃଷ୍ଟିରୁ ସିମୁଳିଆ ନିକଟରେ ଭ୍ୟାନ ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା । ସେତେବେଳେ ସମୟ ଥିଲା ଠିକ ୩. ୨୦ । ସେପଟେ ହାଇଦର କିନ୍ତୁ ପରିସ୍ରା ବାହାନାରେ ରଚିଥିଲା ଖସିଯିବାର ନାଟକ । ଆଉ ନାଟକ ହିଁ ଜୀବନର ଶେଷ ନାଟକ ହେବ ବୋଲି ଜାଣି ନଥିଲା ହାଇଦର ।
ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର । ଫଳରେ ପୋଲିସ ହାଇଦରକୁ କାବୁ କରିବାକୁ ଯାଇ ଆପଣାଇଥିଲା ଶେଷ ଉପାୟ । ଏବଂ ସିମୁଳିଆ ନିକଟରେ ହିଁ କରିଥିଲା ଏନକାଉଣ୍ଚଟର । ପୋଲିସର ଗୁଳି ମାଡରେ ହାଇଦର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହାପରେ ପୋଲିସ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ତାହାର ଚିକିତ୍ସା ଜାରି ଥିବାବେଳେ ହାଇଦରର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି ।
ସେପଟେ ଏନକାଉଣ୍ଟରରେ ହାଇଦର ଶରୀରରେ ତିନୋଟି ଗୁଳି ମାଡ଼ ହୋଇଥିବା ସୂଚନା ଦେଇଛନ୍ତି କଟକ ଡ଼ସିପି ପ୍ରତୀକ ସିଂହ । ପୋଲିସର ଗୁଳି ମାଡ଼ରେ ହାଇଦରର ବାମ ହାତରେ ଗୋଟେ ଗୁଳି ମାଡ଼ ଲହୋଇଥିବାବେଳେ ଅଣ୍ଟାରେ ଦୁଇଟି ଗୁଳି ବାଜିଥିବା କହିଛନ୍ତି କଟକ ଡିସିପି । ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାହାର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି ।