ଖାଦ୍ୟରେ ପୋଲିସକୁ ନିଶା ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍

Gangster Haider Run Away From SCB Medical Cuttack

କଟକ: କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଛି । ଗତ ୧୨ ଦିନ ତଳେ ଏସସିବି ମେଡିକାଲରେ ହାଇଦର ଭର୍ତ୍ତି ହୋଇଥିଲା । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜ୍ଜା ଭୋଗୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ର ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଜେଲରେ ଥିଲା ହାଇଦର ।

Gangster Haider Run Away From SCB Medical Cuttack

ହାଇଦର ଫେରାର୍ ପରେ ଏସସିବିରୁ ଜଣେ ସୁରକ୍ଷାକର୍ମୀ ଅଚେତ୍ ଅବସ୍ଥାରେ ମିଳିଛନ୍ତି । ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି କଟକ ଡିସିପି । ହାଇଦରକୁ ଧରିବା ପାଇଁ ବିଊିନ୍ନ ସ୍ଥାନରେ ରେଡ୍ କରାଯାଇଛି । କଟକ ସହରର ସମସ୍ତ ସୀମାକୁ ପୋଲିସ ସିଲ୍ କରିଛି ।

Gangster Haider Run Away From SCB Medical Cuttack

୯୦ ଦଶକରେ ଆତଙ୍କ ଖେଳାଇଥିଲା କେନ୍ଦ୍ରପଡ଼ାର ହାଇଦର । ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ସାଜିଥିଲା ହାଇଦର । ଛୋଟମୋଟ ଚୋରିରୁ ହାଇଦର ଅପରାଧ ଦୁନିଆକୁ ଆସିଥିଲା । ସୁଲେମାନ ସହ ମିଶି ଆରମ୍ଭ କରିଥିଲା ଗ୍ୟାଙ୍ଗ । ଟେଣ୍ଡର ପିକ୍ସିଂ, ହତ୍ୟା, ରାହାଜାନୀ ଭଳି ଏକାଧିକ କ୍ରାଇମ କରି ହାଇଦର ଗ୍ୟାଙ୍ଗଷ୍ଟର ପାଲଟିଥିଲା ।

Leave a Reply