ପୀଡ଼ିତା କହିଲେ ଗଣଦୁଷ୍କର୍ମର କୁତ୍ସିତ କାହାଣୀ, କାର୍ ପରେ ସ୍କୁଟିରେ ଉଠାଇ ନେଇଥିଲେ ଅଭିଯୁକ୍ତ

Gangrape Allegation In Laxmisagar PS Area Of Bhubaneswar

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣା । ପୀଡ଼ିତା କହିଲେ ଦୁଷ୍କର୍ମର ଛାତିଥରା କାହାଣୀ । ଫେବ୍ରୁଆରୀ ୨୬ ତାରିଖ ରାତିରେ ମହିଳା ଜଣଙ୍କ ଝିଅକୁ ଦେଖା କରିବା ଲାଗି ବାପଘର (କୁଲିସାହି) ଶାଶୂ ଘର (ହଳଦୀପଡ଼ା)କୁ ଆସୁଥିଲେ । ବାଟରେ କିଛି ବ୍ୟକ୍ତି ତାଙ୍କୁ ଡାକିବା ସହ ଟଣାଓଟରା କରିବା ସହ ବନ୍ଧୁକ ଦେଖାଇ କାର୍ ଭିତରକୁ ଠେଲି ଦେଇଥିଲେ । ଭାଇଙ୍କ ପାଖକୁ ନେବେ କହି ଏକ ତିନି ମହଲା କୋଠା ଘରକୁ ନେଇ ଅତ୍ୟାଚାର କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

୪ ଜଣ ଲୋକ ଉକ୍ତ ଘରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା କହିଛନ୍ତି ପୀଡ଼ିତା । ୪ ଅଭିଯୁକ୍ତଙ୍କ ମଧ୍ୟରେ ଗୁଣ୍ଡ ଲେଙ୍କାଙ୍କ ନାଁ ନେଇଛନ୍ତି ପୀଡ଼ିତା । ଏନେଇ ମହିଳା ଜଣଙ୍କ ସେହିଦିନ ରାତି ଗୋଟାଏରେ ଲକ୍ଷ୍ମୀସାଗର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଲେ ପୋଲିସ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ।

Gangrape Allegation In Laxmisagar PS Area Of Bhubaneswar

ବନ୍ଧୁକ ମୁନରେ ଗଣଦୁଷ୍କର୍ମ କରିବା ପରେ ଏନେଇ କାହାରିକୁ କହିଲେ ସ୍ୱାମୀ ଓ ପିଲାଙ୍କୁ ହତ୍ୟା କରିଦେବେ ବୋଲି ଅଭିଯୁକ୍ତ ଧମକ ଦେଇଥିବା କହିଛନ୍ତି ପୀଡ଼ିତା । ୨୬ ରାତିରେ ମହିଳା ଥାନାରୁ ନିରାଶ ହୋଇ ଫେରିବା ପରେ ଶିବ ମନ୍ଦିରରେ ଶୋଇ ପଡ଼ିଥିଲେ । ସକାଳୁ ମାନସ ମହାରଣା ନାମକ ଆଉ ଜଣେ ବ୍ୟକ୍ତି ପୁଣି ଥରେ ଭାଇ ଅପେକ୍ଷା କରିଛନ୍ତି ମହିଳାଙ୍କୁ ସ୍କୁଟିରେ ବସାଇ ନେଇଥିଲେ । ଦିନସାରା ଏଣେତେଣେ ବୁଲାଇବା ସହ ମାନସ ପୁଣି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।

ଖାଲି ମାନସ ନୁହଁ ତାଙ୍କ ଭିଣୋଇ ଆଉ ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ଝାରପଡ଼ା ଅଞ୍ଚଳର ବୋଲି ପୀଡ଼ିତା କହିଛନ୍ତି । ପ୍ରଥମ ଦିନ ୪ ଓ ଦ୍ୱିତୀୟ ଦିନ ୩ ଜଣ ଏଭଳି ଭାବେ ୭ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ନଶୁଣିବାରୁ ପୀଡ଼ିତା ମହିଳା ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୀଡ଼ିତା ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ଏତଲା କ୍ରମେ କିଛିଦିନ ତଳେ ମହିଳାଙ୍କ ସ୍ୱାମୀ ଜେଲ୍ ଯାଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply