ଗାଙ୍ଗପୁର IIC ମୃତ୍ୟୁ ଘଟଣା, ସଠିକ ତଦନ୍ତ ଦାବି କଲେ ପତ୍ନୀ

ଗଞ୍ଜାମ: ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ବନ୍ଧୁକ ଗୁଳି ଫୁଟି ମୃତ୍ୟୁ ଘଟଣା । ସମୟ ବଢିବା ସହ ରହସ୍ୟ ମଧ୍ୟ ଘନିଭୂତ ହେଉଛି  । ଆକସ୍ମିକ ଦୁର୍ଘଟଣା  ନା ହତ୍ୟା ତାହା ସନ୍ଦୀହାନ ହୋଇଛି  ।  ମୃତ୍ୟୁର ପ୍ରକୃତ କାରଣ ଏବେ ମଧ୍ୟ ଜଣାପଡିନୱାହିଁ  । ସେପଟେ ମୃତ ଆଇଆଇସି ମାଆଙ୍କ ବୟାନ ମଧ୍ୟ ଘଟଣାରେ ନୂଆ ମୋଡ ଆଣିଛି  । ପୁଅକୁ ଅନ୍ୟ ରପୋଲିସ କର୍ମଚାରୀ ହତ୍ୟା କରିଥିବାନେଇ ଅଭିଯୋଗ ଆଣିଛନ୍ତି  । ଅନ୍ୟପଟେ ଘଟଣାରେ ସଠିକ ତଦନ୍ତ ଦାବି କଲେ ଆଇଆଇସିଙ୍କ ପତ୍ନୀ କିରଣ ମହାନ୍ତି ।

ପତ୍ନୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି  । ସେ କହଗିଛନ୍ତି, ମୃତ୍ୟୁ ହୋଇଥିବା ଦିନ ଦୁଇ ପୋଲିସ୍ ଅଫିସର ତାଙ୍କ ଘରକୁ ଆସିଥିଲେ । ତାଙ୍କ ସହ ମିଶି ଗୋଟିଏ ଟେବୁଲରେ ଖାଇଥିଲେ ବୋଲି କହିଛନ୍ତି ପତ୍ନୀ । ମୃତ ଦେବ ଗମାଙ୍ଗଙ୍କ ମା ଗାଧୋଇବା ପାଇଁ ଯାଇଥିବା ବେଳେ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା ।  ମଆ ଗୁଳି ଶବ୍ଦ ଶୁଣି ଯେତେବେଳେ ଦୌଡ଼ି ଆସି ଦେଖନ୍ତି ତ, ପୁଅ ତାଙ୍କର ତଳେ ପଡ଼ିରହିଛି । ତେବେ ଏପରି ଘଟଣା ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀଙ୍କ ପ୍ରତି ଇଙ୍ଗିତ କରୁଛି  । ଅର୍ଥାତ ଯେଉଁ ପୋଲିସ ବାବୁ ଉପସ୍ଥିତ ରହିଥିଲେ ସେହି ଦ୍ୱୟ ଦେବ ଗମାଙ୍ଗଙ୍କୁ ଗୁଳି କରି ହତ୍ୟା କରିଥିବା ନେଇ ପତ୍ନୀ କିରଣ ଅଭିଯୋଗ କରିଛନ୍ତି  ।

ପୋଲିସ୍ ବିଭାଗରେ ଥାଇ ସ୍ୱାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପତ୍ନୀ ଓ ପରିବାର ଲୋକ  ।  ଏଭଳି ଘଟିବା ନେଇ ପତ୍ନୀ ସନ୍ଦେହ ପ୍ରକଟ କରିଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଦୁହେଁ ଅଲଗା ଯାଗାରେ ଚାକିରି କରିଥିଲେ । ଛୁଟି ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଛୁଟି ମିଳିନଥିଲା ବୋଲି କହିଛନ୍ତି ପତ୍ନୀ କିରଣ ମହାନ୍ତି । ତେବେ ଘଟଣା ଦିନ କେଉଁ ପୋଲିସ କର୍ମଚାରୀ ତାଙ୍କ ବାସଭବନରେ ଉପସ୍ଥିତ ରହିଥିଲେ ? ସେ କେଉଁ କାରଣ ପାଇଁ ଦେବ ଗମାଙ୍ଗ ପାଖକୁ ଆସିଥିଲେ, ଏହା ମୃତ୍ୟୁ ନା ହତ୍ୟା ? ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।